
ସଂଜୟ ଶତପଥୀ(କଟକ): ଓଡ଼ିଶା ର ଶ୍ରେଷ୍ଠ ଶିଶୁ ଚିକିତ୍ସାଳୟ ଭାବେ ମାନ୍ୟତା ପାଇଥିବା, କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ବା ଶିଶୁ ଭବନକୁ ଆସିଥିବା ମାନସିକ ଚାପ ଗ୍ରସ୍ତ ଥୂବା ଅସୁସ୍ଥ ଓ ଚିକିତ୍ସାଧିନ ଶିଶୁମାନଙ୍କର ବାପମାଆ ତଥା ସମ୍ପର୍କୀୟ ମାନଂକୁ କଟକ ସହରର ଏକ ସୁନାମଧନ୍ୟ ଯୁବ ସଂଗଠନ ” ୟୁଥ୍ ଚାରିଟେବୁଲ ଟ୍ରଷ୍ଟ”, ସୂତାହାଟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ସେମାନଙ୍କୁ ଆଶ୍ଵାସନା ଓ ଅସୁସ୍ଥ ଶିଶୁମାନଙ୍କର ଆରୋଗ୍ୟ କାମନା ଈଶ୍ୱର ଙ୍କ ନିକଟରେ କରାଯାଇଥିଲା।
ବିଗତ ୨୦୧୮ ମସିହାରୁ ଚିରାଚରିତ ଢଙ୍ଗରେ ଚାଲିଆସୁଥିବା ଟ୍ରଷ୍ଟ ର ବରିଷ୍ଠ ସଦସ୍ୟଙ୍କ ଠାରୁ ପ୍ରକାଶ। ଏହି ଟ୍ରଷ୍ଟରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଗଣ ତେଲୁଗୁ ସଂପ୍ରଦାୟର ହୋଇଥିବା ବେଳେ ସ୍ବଳ୍ପ ବେତନରେ ଘରୋଇ ସଂସ୍ଥା ମାନଙ୍କରେ କାର୍ଯ୍ୟ କରି ନିଜ ନିଜର ଗୁଜୁରାଣ ମେଣ୍ଟାଇବା ସହ ବେତନରୁ କିଛି ସଞ୍ଚୟ କରି ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମ କରୁଛନ୍ତି। ସାମାଜିକ ସୁରକ୍ଷା ଓ ସମାଜର ଉନ୍ନତି ଲାଗି କାର୍ଯ୍ୟ କରୁଥିବା ଏହି ତେଲୁଗୁ ଅନୁଷ୍ଠାନ ର ମୂଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ଶ୍ରୀ ଓ୍ବାଇ.ମାରୁତି ରାଓ ବରିଷ୍ଠତା ଦୃଷ୍ଟିରୁ ସଦସ୍ୟମାନଙ୍କୁ ଦିଗଦର୍ଶନ ଦେଉଥିଲା ବେଳେ ସଭାପତି ଶ୍ରୀ ବି.କିଶୋର କୁମାର, ଉପ-ସଭାପତି ଶ୍ରୀ ବି.ହରିଶ କୁମାର,ଯୁଗ୍ମ-ସମ୍ପାଦକ ଶ୍ରୀ ବସନ୍ତ ରାଉତ କାର୍ଯ୍ଯ କରୁଛନ୍ତି।

ଏହି କାର୍ଯ୍ୟକ୍ରମ ବିଗତ ୪ ବର୍ଷ ଧରି ଚାଲିଆସୁଥିବା ଓ ଆଗାମୀ ଦିନରେ ଚାଲିବା ସହ ଟ୍ରଷ୍ଟ ହାତକୁ ନେଇଥିବା ବହୁ ସାମାଜିକ କାର୍ଯ୍ୟ ଆଗାମୀ ଦିନରେ ହେବାର ସଙ୍କଳ୍ପ ନେଇଛି।ଏହି ଜନହିତକର କାର୍ଯ୍ୟକ୍ରମ ଟ୍ରଷ୍ଟର କୈାଣସି ଲକ୍ଷ୍ୟ ନାହିଁ କେବଳ ଜନସାଧାରଣଙ୍କ ର ଆଶ୍ରିବାଦ ଭିକ୍ଷା ବୋଲି ମତପୋଷଣ କରିଛନ୍ତି ୟୁଥ୍ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀ କେ. ରାକେଶ କୁମାର।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ବହୁ ସଦସ୍ୟ ଯୋଗଦେଇ ଖାଦ୍ୟ ବଣ୍ଟନ କରିବା ସହ ଅସୁସ୍ଥ ପିଲାମାନଙ୍କର ବାପମାଆ ଙ୍କୁ ଆଶ୍ଵାସନା ଦେଇଥିଲେ।ଏଥିପାଇଁ ବୁଦ୍ଧିଯିବି ମହଲରେ ଆଦୃତି ଲାଭ କରିଛି ।



