ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଲା

ବାସ୍ତବ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବାର ସୂଚନା ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ଜଣାଯାଇଛି। ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଏହା ରାଜ୍ୟ ସରକାରଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ।

ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ଏହି ‘ମୋ ଘର’ ଯୋଜନାରେ ଲୋକଙ୍କୁ ଘର ଯୋଗାଇଦେବେ।

କେଉଁମାନେ ଏହି ଯୋଜନାର ଲାଭ ପାଇପାରିବେ?

  • ଯଦି କୌଣସି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥାଏ।
  • ଯଦି କୌଣସି ପରିବାର ପୂର୍ବରୁ ସରକାରଙ୍କ ଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ୍ ପରିମାଣର ସହାୟତା ପାଇଥିବେ।
  • ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିବ।
  • ଯେଉଁ ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରିଚକିଆ ଯାନ ନଥିବ।
  • ଯେଉଁ ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇ ନଥିବେ।
  • ଯେଉଁ ପରିବାର ପାଖରେ ୫ ଏକରରୁ କମ୍ ଜଳସେଚିତ କିମ୍ବା ୧୫ ଏକରରୁ କମ୍ ଅଣଜଳସେଚିତ ଜମି ଥିବ ।

ତେବେ କେମିତି କରିବେ ଆବେଦନ ?

  • ଏହି ଯୋଜନାରେ ଆବେଦନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟ https://rhodisha.gov.in/moghara ମାଧ୍ୟମରେ ଋଣ ଆବେଦନ ତଦାରଖ ଓ ପରିଚାଳନା କରାଯାଇପାରିବ।
  • ଋଣ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ ଯାହା ଓଟିପି ମାଧ୍ୟମରେ ବୈଧ ହେବ।
  • ତେବେ ଆସନ୍ତା ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ।
  • ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସ୍‌ପୋର୍ଟ ଆକାରର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ ( ଭୋଟର ଆଇଡି, ପାନ୍ କାର୍ଡ, ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ, ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସଂଲଗ୍ନ କରିବାକୁ ପଡ଼ିବ।
  • ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ।

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ମିଳିଛି।

ସେୟାର କରନ୍ତୁ

Next Post

ଆସାମ କୁ ମିଳିଲା ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Mon May 29 , 2023
ବାସ୍ତବ ବ୍ୟୁରୋ: ଆସାମ କୁ ମିଳିଲା ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ‘ଉତ୍ତରପୂର୍ବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହିତ ଉତ୍ତରପୂର୍ବରେ ଯୋଗାଯୋଗ ସମୃଦ୍ଧ କରିବ। ଆସାମର ପୂର୍ବତନ ସରକାରମାନଙ୍କୁ ବିଦ୍ରୂପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୬ରେ ‘ବିଜେପି’ […]

You May Like

Pin It on Pinterest