ମନ୍ଦିର ପୂଜକଙ୍କ ବଦାନ୍ୟତା ଫେରାଇଲେ ପାଇଥିବା ସୁନାଚେନ୍….

ଜୟନ୍ତ ଶତପଥୀ(ଡେରାବିଶ): ସୋମବାର ଦିନ କଟକ ଜିଲ୍ଲା ନରାଜ ସ୍ଥିତ ଶ୍ରୀ ସିଦ୍ଧେସ୍ୱର ମହାଦେବ ଙ୍କ ପୀଠ ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମପଞ୍ଚାୟତ ଲହଣଶାସନ ଗ୍ରାମ ନିବାସୀ ଅଶ୍ୱିନୀ କୁମାର ଶତପଥୀ ଙ୍କର ଏକ ରୁଦ୍ରାଭିଷେକ କର୍ମ ହେଉଥିଲା । ରୁଦ୍ରାଭିଷେକ ପରିସମାପ୍ତି ପରେ ସେ ଯେତେବେଳେ ଘରେ ପହଁଚିଲେ ଏ ସମୟରେ ଜାଣିବାକୁ ପାଇଲେ କି ତାଙ୍କର ପାଖାପାଖି ସାଢେତିନି ଭରି ଓଜନ ର ଏକ ସୁନା ଚେନ କେଉଁଠି ପଡିଯାଇଛି ।

ଆଜି ସେ ପ୍ରସିଦ୍ଧ ଶୈବ ପୀଠ ରେ ବିବାହ ଇତ୍ୟାଦି କର୍ମ ପାଇଁ ବହୁତ ଜନଗହଳି ଥିଲା । ତେଣୁ ସେ ବ୍ୟତୀବ୍ୟସ୍ତ ହୋଇ ପୂଜକ ଙ୍କୁ ଯୋଗାଯୋଗ କରିଥିଲେ। ପୂଜକ ହୋଦୟ ସବିଶେଷ ତଥ୍ୟ ଜାଣିବା ପରେ ଉଚିତ ପ୍ରମାଣ ଦେଇ ଚେନ ଟିକୁ ନେଇଯିବାକୁ କହିଲେ । ସଙ୍ଗେ ସଙ୍ଗେ ସେ ସେଠି ଉପସ୍ଥିତ ହୋଇ ଉଚିତ ପ୍ରମାଣ ଦେଇ ଚେନ ଟିକୁ ଗ୍ରହଣ କଲେ ଅଶ୍ୱିନୀ ।ଏହି ସାଧୁତା ପାଇଁ ସେ ପୂଜକ ମହୋଦୟ ଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଚି ।

ସେୟାର କରନ୍ତୁ

Next Post

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ...

Wed May 31 , 2023
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା […]

You May Like

Pin It on Pinterest