
ବାସ୍ତବବ୍ୟୁରୋ:ଓଡ଼ିଶା ସରକାର “ଆମ ପୋଲିସ୍” ବିଭାଗ କୁ ନେଇ ଏତେ ଗର୍ବିତ ଯେ କହିଲେ ନ ସରେ। ଜନସାଧାରଣ କୈାଣସି ଭୁଲ୍ କଲେ ଓଡ଼ିଶା ପୋଲିସ୍ ବାହିନୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।ହେଲେ ପୋଲିସ୍ ଭୁଲ୍ କଲେ ତାହା ପୁଣି ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀ।
ନିଜର ଅବସର ଦିବସରେ ତାଙ୍କ ଲାଗି କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ତାହା ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାରୁ ଜଣାଯାଏ ଯେ, ମାଲକାନଗିରି ଜିଲ୍ଲାରେ ପୋଲିସ୍ ବିଭାଗର ଡେପୁଟି କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବ୍ରଜକିଶୋର ମିଶ୍ର ପଦୋନ୍ନତି ଭିତ୍ତିରେ ବଦଳି ହୋଇ ୪ର୍ଥ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ, ରାଉରକେଲା ରେ ବିଗତ ୩ ବର୍ଷ ହେଲା ଦାୟିତ୍ଵ ନିର୍ବାହ କରିବା ପରେ ଆଜି ତା୩୧/୦୫/୨୦୨୩ ରିଖ ଥୂଲା ତାଙ୍କର ଅବସର ଦିନ। କିନ୍ତୁ ଏହି ପୋଲିସ୍ କମାଣ୍ଡାଣ୍ଟ ଅବସର ଦିନ ଓଡ଼ିଶା ପୋଲିସ୍ ବିଭାଗର ସମସ୍ତ ନିୟମ କାନୁନ କୁ ଭାଙ୍ଗି ନିଜର କ୍ଷମତା ର ଅପବ୍ୟବହାର କରି ସାରା ଦେଶରେ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ରେ ହେଉଥିବା ରାଷ୍ଟ୍ରୀୟ ପ୍ୟାରେଡ ନିଜ ବାଟାଲିୟନର ପୋଲିସ୍ ବାହିନୀ ଦ୍ଵାରା କରାଇ ଟୋପି ପିନ୍ଧି, ହାତରେ ଧଳା ଗ୍ଲୋବସ୍ ପିନ୍ଧି,ଖୋଲା ଜିପ୍ ରେ ପୋଲିସ୍ ବାଦ୍ୟ ବଜାଇ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିବା ସମସ୍ତ ବାଟାଲିୟନ କର୍ମଚାରୀଙ୍କୁ ବିସ୍ମିତ କରିଛି, ଯାହାକି ଏକ ସାଧାରଣ ପ୍ୟାରେଡ ଦ୍ବାରା କରାଯାଇଥାଏ।
ତଦର୍ଥସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଲାଗି କୈାଣସି ବିଧୂବଦ୍ଧ ଆଦେଶ ନ ହେବା, ପ୍ୟାରେଡ ରେ ଭାଗ ନେଇଥିବା ସୁରକ୍ଷା ବଳଙ୍କୁ ଆସନ୍ତାକାଲି ତା୦୧/୦୬/୨୦୨୩ ରିଖ ଦିନ ସକାଳ ଘ୦୯/୩୦ ମିନିଟ୍ ରେ ପୁରୀରେ ଉପସ୍ଥିତ ହେବାକୁ ଆଦେଶ ଦେଇଛନ୍ତି ଏହି ବିବାଦୀୟ ପୋଲିସ୍ ଅଧିକାରୀ ଜଣକ। ଆଗରୁ ମାଲକାନଗିରି ଜିଲ୍ଲାରେ ବହୁ ଅଧୀନସ୍ଥ କର୍ମଚାରୀମାନଙ୍କୁ ହଇରାଣ କରିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଏହି ବିବାଦୀୟ ଅଧୂକାରୀଜଣକ,୩ ବର୍ଷ ସୁରକ୍ଷା ବଳର ସର୍ବୋଚ୍ଚ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ ଦିନ ହିଁ ଆହୁରି ବିବାଦୀୟ ହୋଇପଡିଥିବା ସହ ରାଉରକେଲା ୪ର୍ଥ ଆରକ୍ଷୀ ସୁରକ୍ଷା ବଳ କାର୍ଯ୍ୟାଳୟ ରେ କାର୍ଯ୍ଯ କରୁଥିବା ପ୍ରାୟତଃ ୧୫୦ ଜଣ ଆରକ୍ଷୀ କର୍ମଚାରୀମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ବଡ଼ ବିଚିତ୍ର ବିଷୟ ଯେ, ସମସ୍ତ ବିବାଦକୁ ପଛରେ ପକାଇ ୪ର୍ଥ ବାଟାଲିୟନର ହାବିଲଦାର ଓ କନେଷ୍ଟବଳ ମହାସଂଘ ପକ୍ଷରୁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ଏଡାଇ ପୋଲିସ୍ ଅଫିସର୍ସ କ୍ଲବ ରେ ଯୋଗଦେବା ଓଡ଼ିଶାର ସମସ୍ତ ଆରକ୍ଷୀ ହାବିଲଦାର ଓ କନେଷ୍ଟବଳ ମାନଙ୍କ ମନକୁ ଭୀଷଣ ଆଘାତ ଦେଇଛି।

ଏହି ବିବାଦୀୟ ପୋଲିସ୍ ଅଧିକାରୀ ଙ୍କ ମନୋମୁଖୀ ଶାସନ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।ଏହି ମନୋମୁଖୀ ଶାସନ ଚଳାଇ ନିଜ ଚାକିରି ଜୀବନରେ ନିଜ କ୍ଷମତା ର ଦୁରୁପଯୋଗ କରି ବହୁ ଛୋଟ ଛୋଟ କର୍ମଚାରୀମାନଙ୍କୁ ହଇରାଣ କରିବା,ଅବସର ଦିନ ରାଷ୍ଟ୍ରୀୟ ପ୍ୟାରେଡ କରାଇବା ବିଶେଷ କରି ନିଜର ଜୀବନକୁ ବାଜିରେ ଲଗାଇ ଜନସାଧାରଣଙ୍କ ଜୀବନ ବଞ୍ଚାଉଥୂବା ହାବିଲଦାର ଓ କନେଷ୍ଟବଳ ମାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା କୁ ପ୍ରତ୍ୟାଖ୍ୟାନ କରିବା ଏହି ପୋଲିସ୍ କମାଣ୍ଡାଣ୍ଟ ଙ୍କର ହୀନମନ୍ୟତା ର ପରିଚୟ।ଏହି ବିଷୟରେ ଚର୍ଚ୍ଚାକୁ ନେଇ ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଏହି କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହି ଅବସରପ୍ରାପ୍ତ ବିବାଦୀୟ ପୋଲିସ୍ ଅଧିକାରୀ ଙ୍କ ଉପରେ ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଜ ନାମ ପ୍ରକାଶ ନକରି ୪ର୍ଥ ବାଟାଲିୟନ ର କିଛି କର୍ମଚାରୀ ମତ ଦେଇଥିଲେ।