ବୁହାଳୋ ପଞ୍ଚାୟତରେ ରଶି ଲଗାଇ ଯୁବକର ଆତ୍ମହତ୍ୟା..

ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳୋ ପପଞ୍ଚାୟତ ବରପଡା ଗ୍ରାମର ମାଧବ ବେହେରାଙ୍କ ପୁତ୍ର ମହେନ୍ଦ୍ର ବେହେରା (୩୩) ନିଜ ଘରେ ପଙ୍ଖାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ରାତିରେ ଖାଇ ପିଇ ସାରିବା ପରେ ଶୋଇବା ପୂର୍ବରୁ ମହେନ୍ଦ୍ର ବେକରେ ଲୁଗା ଲଗାଇ ପଙ୍ଖାରେ ଝୁଲୁଥିବାର ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ପୋଲିସ ଖବର ପାଇ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଥିଲେ । ଶୋକାକୂଳ ପରିବେଶରେ ଗ୍ରାମ ଶ୍ମଶାନରେ ମହେନ୍ଦ୍ରଙ୍କ ଅନ୍ତୋଷ୍ଟିକ୍ରିୟା ସଂପନ୍ନ ହୋଇଛି । ଏଠାରେ ସୂଚନାଯୋଗ୍ୟ ମହେନ୍ଦ୍ର ସୁଦୁର ଦୁବାଇରେ ରହି କାର୍ଯ୍ୟକରୁଥିଲା ବେଳେ ଗତ ୧୫ ଦିନ ହେବ ତାଙ୍କର ଏକପୁତ୍ର ସନ୍ତାନ ହୋଇଥିବାରୁ ସେ ଘରକୁ ଆସିଥିଲେ । ଗତ ୬ ମାସ ତଳେ ମଧ୍ୟ ସୁଦୁର ଦୁବାଇରେ ତାଙ୍କର ବଡ ଭାଇ ଆତ୍ମହତ୍ୟା କରିଥିଲେ । ପରିବାରରେ ଏଭଳି ଘଟଣାରେ ସ୍ଥାନୀୟ ଅଂଚଳର ଲୋକମାନେ ମର୍ମାହତ ହୋଇଛନ୍ତି ।

ସେୟାର କରନ୍ତୁ

Next Post

ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ କଟକ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ....

Fri Jun 2 , 2023
ସଂଜୟ ଶତପଥୀ(କଟକ): କଟକ ସର୍କିଟ ହାଉସ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗ୍ରାମୀଣ ସାମ୍ବାଦିକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଭାପତି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମିଳିତ […]

You May Like

Pin It on Pinterest