ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍

ବାସ୍ତବ ବ୍ୟୁରୋ-ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ । ଆଜି ସକାଳେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାଙ୍କ ଭିତୁରୁ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର କୁନି ଝିଅ ଦେହରେ କରୋନା ପିଜିଟିଭ ଥିଲା । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୪୮ରୁ ୬୬ବର୍ଷ ଭିତରେ ରହିଛି । ବାସୁଦେବପୁର ବ୍ଲକର ୩ ଜଣ ଓ ଭଣ୍ଡାରୀପୋଖରୀ ବ୍ଲକର ୨ ଆକ୍ରାନ୍ତ ରହିଛନ୍ତି । 

ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକର ଖରିଡା ବିନାୟକପୁର ଗାଁର ୫୮ ବର୍ଷୀୟ ଆକ୍ରାନ୍ତ ଜଣକ ଟ୍ରକ ଡ୍ରାଇଭର ଓ ସେ ଏପ୍ରିଲ ୯ ତାରିଖ ଦିନ କୋଲକାତାରୁ ଫେରିଛନ୍ତି । ଏହି ବ୍ଲକର ତୃତୀୟ ଆକ୍ରାନ୍ତ ମାଟିପକା ଗାଁର ୫୫ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ବୋଲେରୋ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।

ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆ ଟେସିଙ୍ଗା ଗାଁର ୪୮ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।

ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ଯାଜପୁର ଓ ଜଣେ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏମାନେ କୋଲକତାରୁ ଫେରିଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାଜପୁରର ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକତାରୁ ଫେରିଥିଲେ । ସେମାନେ ହାୱଡା ଅଞ୍ଚଳର କେତେକ କାରଖାନାରେ ଶ୍ରମିକଭାବେ କାମ କରୁଥିଲେ ।ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଶ୍ରା ଅଞ୍ଚଳର ବୋଲି ସୂଚନା ରହିଛି। 

ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ…..

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାଲେଶ୍ୱରରେ ୫ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

Tue Apr 21 , 2020
ବାସ୍ତବ ବ୍ୟୁରୋ-ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକଙ୍କ ସୂଚନା ଅନୁଯାୟୀ ରାଜ୍ୟ ରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ବାଲେଶ୍ବରର ବୋଲି ଜଣା ପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି। ତେବେ  ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା […]

You May Like

Pin It on Pinterest