
ସଂଜୟ ଶତପଥୀ(କଟକ): କଟକ ସର୍କିଟ ହାଉସ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗ୍ରାମୀଣ ସାମ୍ବାଦିକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଭାପତି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ସଞ୍ଜୟ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହୃଷୀକେଶ ମହାନ୍ତି ଏବଂ ରାଜ୍ୟ ଉପଦେଷ୍ଟା ଶ୍ରୀ ରଜନୀକାନ୍ତ ସାମନ୍ତରାୟ ଯୋଗଦେଇ ଉପସ୍ଥିତ ସଂଘ ର କଟକ ଜିଲ୍ଲାର ସମସ୍ତ ସାମ୍ବାଦିକ ସଦସ୍ୟମାନଙ୍କୁ ସାମାଜିକ ସେବା ସହ ନିଚ୍ଛକ ସତ୍ୟ ସମ୍ବାଦ ସଂଗ୍ରହ ଗ୍ରହଣ ପୂର୍ବକ ସର୍ବସାଧାରଣ ରେ ପ୍ରକାଶ ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ନିଜ ନିଜର ମତପୋଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଲାଗି ନୂତନ କର୍ମକର୍ତ୍ତାମାନଙ୍କ ନାମ ଅତିଥି ମାନଙ୍କ ଦ୍ଵାରା ଘୋଷଣା କରାଯାଇଥିଲା। ସଭାପତି ରୂପେ ଶ୍ରୀ ଦିଲ୍ଲୀପ ଦାସ, ଉପ-ସଭାପତି ଭାବେ ଶ୍ରୀ ସଞ୍ଜୟ କୁମାର ଶତପଥୀ, ଶ୍ରୀ ସରୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ସମ୍ପାଦକ ଭାବେ ଶ୍ରୀ କମଳାକାନ୍ତ ଦାଶ ଙ୍କୁ ମନୋନୀତ କରାଯାଇ ଘୋଷଣା କରାଯାଇଥିଲା ଏବଂ ନୂତନ କର୍ମକର୍ତ୍ତାମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।ଅବଶେଷ ରେ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ।



