ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି…

ବାସ୍ତବ ବ୍ୟୁରୋ: ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି।

ସେହିପରି ଘଟଣା ଉଚ୍ଚସ୍ତରୀୟ ତଦନ୍ତପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଏହି ଦୁର୍ଘଟଣାପାଇଁ ଦାୟୀ ତାହାର ତଦନ୍ତ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ଟ୍ରେନ ଟ୍ରାଜେଡ଼ି ପରେ ବାଲେଶ୍ୱର ରୁଟରେ ରେଳ ସେବା ପ୍ରଭାବିତ ହୋଇଛି । ଆଜି ପାଇଁ ବାତିଲ ହୋଇଛି ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ । ୯ଟି ଟ୍ରେନର ଗତିପଥ ସମ୍ପୂର୍ଣ୍ଣ ବଦଳା ଯାଇଛି । ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।

ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ି ହେଲା- 18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍, 20890 ତିରୁପତି-ହାୱଡା ଏକ୍ସପ୍ରେସ୍, 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ ,12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, 08415/08416 ଜେନାପୁର-ପୁରୀ-ଜେନାପୁର, 08439 ପୁରୀ-ପାଟନା ସ୍ପେଶାଲ ,12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ, 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ,08063 ଖଡଗପୁର-ଭଦ୍ରକ ସ୍ପେଶାଲ୍,08064 ଭଦ୍ରକ-ଖଡଗପୁର ସ୍ପେଶାଲ୍,18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ,20889 ହାୱଡା-ତିରୁପତି ଏକ୍ସପ୍ରେସ,12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,12703 ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ,22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,2896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, 22890 ପୁରୀ-ଦୀଘା ଏକ୍ସପ୍ରେସ୍ ଓ 22889ଦୀଘା-ପୁରୀ ଏକ୍ସପ୍ରେସ୍।

ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ହେଲା- ଜୟନଗର-ପୁରୀ ଏକ୍ସପ୍ରେସ୍ 18420 ଜଖପୁରା ଦେଇ ଯିବ। ସେହିପରି ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ 15630 ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ 22644 ରାଉରକେଲା ଦେଇ ଯିବ।

ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି।   

ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି

ସେୟାର କରନ୍ତୁ

Next Post

ଆଜି ଓଡ଼ିଶା ଆସୁଛନ୍ତି ମୋଦି; ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଏସସିବି ବି ଯିବେ...

Sat Jun 3 , 2023
ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାମନ୍ତ୍ରୀ ପ୍ରଥମେ ଟ୍ରେନ୍‌ ଦୁର୍ଘଟଣା ସ୍ଥଳ ବାଲେଶ୍ୱରର ବାହାନଗାକୁ ଯାଇ ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗୁରୁତରମାନେ ଚିକିତ୍ସିତ ହେଉଥିବା କଟକ ଏସସିବି ମେଡିକାଲ କଲେଜକୁ ଯାଇ ସେଠାରେ ସେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା […]

You May Like

Pin It on Pinterest