ଆଜି ଓଡ଼ିଶା ଆସୁଛନ୍ତି ମୋଦି; ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଏସସିବି ବି ଯିବେ…

ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାମନ୍ତ୍ରୀ ପ୍ରଥମେ ଟ୍ରେନ୍‌ ଦୁର୍ଘଟଣା ସ୍ଥଳ ବାଲେଶ୍ୱରର ବାହାନଗାକୁ ଯାଇ ସେଠାରେ ସେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗୁରୁତରମାନେ ଚିକିତ୍ସିତ ହେଉଥିବା କଟକ ଏସସିବି ମେଡିକାଲ କଲେଜକୁ ଯାଇ ସେଠାରେ ସେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ଶହ ମୁହାଁ ହୋଇଥିବା ବେଳେ ୯ଶହରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି ମମତା କହିଛନ୍ତି।ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ମଧ୍ୟ ଆଜି ଦୁର୍ଘଟଣାସ୍ଥଳ ଆସିବାର କାର୍ଯ୍ୟକ୍ରମ ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ସହ ତାମିଲନାଡୁ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସିବେ ବୋଲି ଜଣାଯାଇଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି। ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି। 

ସେୟାର କରନ୍ତୁ

Next Post

ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି: ଦୁର୍ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଶେଷ; ମରାମତି କାର୍ଯ୍ୟ ଆରମ୍ଭ

Sat Jun 3 , 2023
ବାସ୍ତବ ବ୍ୟୁରୋ: ରେଳବାଇ ମୁଖପାତ୍ର ଅମିତାଭ ଶର୍ମାଙ୍କ ସୂଚନାନୁଯାୟୀ, ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ସେ କହିଛନ୍ତି ଯେ, ଏହି ରୁଟ୍‌ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ। ତେବେ […]

You May Like

Pin It on Pinterest