ବାସ୍ତବ ବ୍ୟୁରୋ-ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକଙ୍କ ସୂଚନା ଅନୁଯାୟୀ ରାଜ୍ୟ ରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ବାଲେଶ୍ବରର ବୋଲି ଜଣା ପଡିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଅନ୍ୟ ପକ୍ଷରେ ବାଲେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି।

ତେବେ ଏବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୫୩ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ୨୦ ଏପ୍ରିଲ ସୁଦ୍ଧା ରାଜ୍ୟରେ ୧୧ ହଜାର ୭ଶହ ୪୮ଟି ନମୁନା ପରୀକ୍ଷା କରାଯାଇସାରିଛି । ୪ ହଜାର ୮୬୧ଟି ରାପିଡ୍ ଆଂଟିବଡି ଟେଷ୍ଟ କରାଯାଇସାରିଛି । ଏହାରି ଭିତରେ ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା କି ରାଜ୍ୟ ଓ ରାଜ୍ୟବାସୀଙ୍କ ଚିନ୍ତା ଆହୁରି ବଢ଼ାଇଦେଇଛି ।
