ବାହାନାଗା ରେଳଦୁର୍ଘଟଣାରେ ମୃତ ଲକ୍ଷ୍ମୀଧରଙ୍କ ଶେଷକୃତ୍ୟ ସମ୍ପନ୍ନ….

ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁଦୁର ବାଲେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଯାଇ କଟକ ଫେରୁଥିବା ବେଳେ ଏହି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତ ଦେହ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଖବର ପାଇ ସ୍ଥାନୀୟ ଅଂଚଳର ହଜାର ହଜାର ଲୋକେ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ତାଙ୍କର ମର ଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଖବର ପାଇ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ସରପଂଚ ପ୍ରଦୀପ୍ତ ପରିଡା, ପୂର୍ବତନ ସରପଂଚ ରବିନ୍ଦ୍ର ତ୍ରିପାଠୀ, ଯୁବନେତା ମନୋଜ ସେଠୀ, ବ୍ରଜମୋହନ ପଣ୍ଡାଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶବ ଦାହ କରାଯାଇଥିଲା ।

ସେୟାର କରନ୍ତୁ

Next Post

ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ମୃତ୍ୟୁ, ସହକାରୀ ଲୋକୋ ପାଇଲଟ ଆଇସିୟୁରେ

Sun Jun 4 , 2023
ବାସ୍ତବ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମଧ୍ୟ ଅଛନ୍ତି। ତାଙ୍କ ନାଁ ଜି. ମହାନ୍ତି। ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି। […]

You May Like

Pin It on Pinterest