ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ମୃତ୍ୟୁ, ସହକାରୀ ଲୋକୋ ପାଇଲଟ ଆଇସିୟୁରେ

ବାସ୍ତବ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମଧ୍ୟ ଅଛନ୍ତି। ତାଙ୍କ ନାଁ ଜି. ମହାନ୍ତି। ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ।

ଅନ୍ୟପକ୍ଷରେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।

ତେବେ ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଓ ଏକ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କର କିଛି କ୍ଷତି ହୋଇନାହିଁ।

ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏପକ୍ସପ୍ରେସ ପ୍ରଥମେ ସିଗ୍ନାଲରେ ବାଉଳା ହୋଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଯାଇଥିଲା। ବଗି ଗୁଡ଼ିକ ଓଲଟି ପଡ଼ିଥିବା ବେଳେ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏହାକୁ ଧକ୍କା ଦେଇଥିଲା। ଦୁଇଟି ଯାକ ଟ୍ରେନର ୧୭ଟି ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ସରକାରୀ ତଥ୍ୟ ଅନୁଯାୟୀ, ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୭୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୭୯୩ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ୩୮୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସେୟାର କରନ୍ତୁ

Next Post

ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

Sun Jun 4 , 2023
ବାସ୍ତବ ବ୍ୟୁରୋ: ଆଜି (ରବିବାର) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର […]

You May Like

Pin It on Pinterest