ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାସ୍ତବ ବ୍ୟୁରୋ: ଆଜି (ରବିବାର) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି।

ନୀତିକାନ୍ତି ଅନୁଯାୟୀ, ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ଭୋର୍‌ରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ କରାଯାଇଥିଲା। ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା। ଏହା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଛେରାପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ମୃତ୍ୟୁ ପାଇଁ ମହାସ୍ନାନ କରାଯାଇଥିଲା। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଥିଲା।

ଗଜବେଶ ଶେଷପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସନ୍ଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଗଜବେଶ ଓଲାଗି ପରେ ରାତିରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଶେଷ ହେବ। ବିଳମ୍ବିତ ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଏନଆଇଆରଏଫ୍ ରାଙ୍କିଙ୍ଗ୍; ଶ୍ରେଷ୍ଠ ୨୦ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର...

Mon Jun 5 , 2023
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଏନଆଇଆରଏଫ୍ ରାଙ୍କିଙ୍ଗ୍ । ଏହି ରାଙ୍କିଙ୍ଗ ତାଲିକା nirfindia.org ଅଫିସିଆଲ ୱେବସାଇଟରେ ଉପଲବ୍ଧ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ୨୦୨୩ର ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସୋମବାର ଏହି ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟ ୨୬ତମ ସ୍ଥାନରେ […]

You May Like

Pin It on Pinterest