
ନର୍ଲା(ସନ୍ତୋଷ ପାତ୍ର): ନର୍ଲା ପଞ୍ଚାୟତ ସମିତିରେ କାର୍ଯ୍ଯରତ ଏଇ ଶ୍ରୀ ବାସୁଦେବ ମହାରଣା ଗତ ୩୧/୦୫/ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ନର୍ଲା ବ୍ଲକ୍ ସଭାକକ୍ଷରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ୱର୍ଦ୍ଧନା ସଭାରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ନର୍ଲା ବିଡିଓ ଶ୍ରୀମତୀ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି (ମୁନା) , ଏବିଡିଓ ଶ୍ରୀ ଦେବେନ୍ଦ୍ର ସାମଲ , ଜିପିଇଓ ଶ୍ରୀ କ୍ଷୀତିଶ ଚନ୍ଦ୍ର ନାଏକ, ବଡବାବୁ, ବ୍ଲକ୍ ଅଧିନ ସମସ୍ତ ଯନ୍ତ୍ରୀ ଓ ପଞ୍ଚାୟତ ପିଇଓ ସମେତ ବ୍ଲକ୍ ଅଧିନ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣାଙ୍କ ଦିର୍ଘାୟୁ କାମନା କରିଥିଲେ ।
ସୂଚନାଯୋଗ୍ୟ ତିନୋଟି ପର୍ଯ୍ୟାୟରେ ସରକାରଙ୍କ ୫ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡିକର କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ କରାଇ ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ସୃଷ୍ଟି କରିଥିବା ବେଳେ ବ୍ଲକର ଅଧିନରେ ମିଶନ ଶକ୍ତି ଗୃହ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ତା – ୧୯/୦୫/୨୦୧୮ ରିଖ ଠାରୁ ୩୧/୦୫/୨୦୨୩ ରିଖ ପଯ୍ୟନ୍ତ ସୂଚାରୁ ରୁପେ ସମ୍ପନ୍ନ କରାଇ ଥିବାରୁ ପଞ୍ଚାୟତସମିତିର ସମସ୍ତ କର୍ମଚାରୀ ଓ ସମିତ।ଅଧ୍ୟକ୍ଷା ଶ୍ରୀ ମହାରଣାଙ୍କ ଭୁରିୟସି ପ୍ରଶଂସା କରିଥିଲେ।