ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମିଳିଲା ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

ବାସ୍ତବ ବ୍ୟୁରୋ: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ ତରଫରୁ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରସ୍କୃତ ହେବା ପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ସମ୍ବୋଧନରେ କହିଛନ୍ତି କି, ସୁରିନାମ ତରଫରୁ ଦେଶର ସର୍ବୋଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଏହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ ବରଂ ଭାରତର ୧୪୦ କୋଟି ଲୋକଙ୍କୁ ଗର୍ବିତ କରିଛି ବୋଲି ସେ କହିଛନ୍ତି । ଏହି ପୁରସ୍କାରର ଶ୍ରେୟ ସେ ଭାରତରେ ରହୁଥିବା ସୁରିନାମ ନାଗରିକଙ୍କୁ ଦେଇଛନ୍ତି । ସେ କହିଛନ୍ତି କି ଭାରତରେ ରହୁଥିବା ସୁରିନାମ ନାଗରିକଙ୍କ ପାଇଁ ଭାରତ ଓ ସୁରିନାମ ମଧ୍ୟରେ ସଂପର୍କ ମଜବୁତ ହୋଇଛି ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସୋମବାର ଦିନ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କୁ ଭେଟ କରିବା ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ । ଏଥିରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ କି ସୁରିନାମର ଆତିଥ୍ୟ ତାଙ୍କୁ ଅବିହିତ କରିଛି । ସେ କହିଛନ୍ତି, ଏହାସହ ଉଭୟ ଦେଶର ଐତିହାସିକ ଓ ସାଂସ୍କୃତିକ ସଂପର୍କ ଉଭୟ ଦେଶ ମଧ୍ୟରେ ସଂପର୍କକୁ ମଜବୁତ କରିଛି ।

ସେୟାର କରନ୍ତୁ

Next Post

ବାହାନଗା ଟ୍ରେନ୍‌ ଦୁର୍ଘଟଣା : ତଦନ୍ତ ନେଇ ମାମଲା ରୁଜୁ କଲା ସିବିଆଇ

Tue Jun 6 , 2023
ବାସ୍ତବ ବ୍ୟୁରୋ: ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି (ମଙ୍ଗଳବାର) ମାମଲା ରୁଜୁ କରିଛି। ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶ ଏବଂ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି । ଏଥିପୂର୍ବରୁ ଏହି ରେଳ ଦୁର୍ଘଟଣାକୁ ନେଇ ଗତ […]

You May Like

Pin It on Pinterest