ହୁ ହୁ ହୋଇ ବଢି ଚାଲିଛି ହରଡ ଡାଲି ଦର; ଗ୍ରାହକ ଅସନ୍ତୁଷ୍ଟ

ବାସ୍ତବ ବ୍ୟୁରୋ: ହୁ ହୁ ହୋଇ ବଢି ଚାଲିଛି ହରଡ ଡାଲି ଦର । ଖୋଲା ବଜାରରେ କିଲୋ ପିଛା ଦର ୧୪୦ ଟଙ୍କା ପହଞ୍ଚି ସାରିଲାଣି । ମାତ୍ର ୬ ମାସ ଭିତରେ ୪୦ ଟଙ୍କା ଦର ବଢି ସାରିଲାଣି । ବାରମ୍ବାର ଡାଲି ଦର ବଢିବା ଘଟଣା ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡାଲି ଭିତରେ ସବୁଠାରୁ ଅଧିକ ଚାହିଦା ହରଡ ଡାଲିର ରହିଛି । କଟକ ମାଲଗୋଦାମରେ କେବଳ ହରଡ ଡାଲିର ଦୈନିକ ୩ କୋଟିର ବ୍ୟବସାୟ ହୋଇଥାଏ । ଦୈନିକ ୯୦ ଟନ୍ ଡାଲିର କାରବାର ହୋଇଥାଏ ।

ସୂଚନାନୁଯାୟୀ, ଓଡିଶାକୁ ପ୍ରାୟତଃ କର୍ଣ୍ଣାଟକ, ଛତିଶଗଡ ଓ ମହାରାଷ୍ଟ୍ରରୁ ଆସିଥାଏ । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ହରଡ ଡାଲି ଚାଷ ପ୍ରଭାବିତ ହେଉଛି । ଫଳରେ ଏବେଠାରୁ ବେପାରୀ ଡାଲିକୁ ଗଚ୍ଛିତ କରି ରଖିବା ଆରମ୍ଭ କରିଦେଲେଣି ।

ଗତ ଜାନୁଆରୀ ମାସରେ ହରଡ ଡାଲିର ପାଇକାରୀ ମୂଲ୍ୟ ୧୦୦ ଟଙ୍କା ଥିଲା । ଫ୍ରେବୃଆରୀ ମାସରେ ୧୦୪ରୁ ୧୦୫ ଟଙ୍କାରେ ପହଞ୍ଚି ଥିଲା ହରଡ ଡାଲି । ସେହିପରି ମାର୍ଚ୍ଚ ମାସରେ ୧୦୭, ୧୦୮ ଟଙ୍କା ଏବଂ ମେ ମାସରେ ୧୧୫ରୁ ୧୨୦ଟଙ୍କାର ପହଞ୍ଚିଥିଲା ହରଡ ଡାଲି ଦର । ତେବେ ହଠାତ୍ ଜୁନ୍ ମାସ ଆରମ୍ଭରୁ ଏହି ଦର ୧୪୦ ଟଙ୍କାରେ ପହଁଚିଛି । ଜଦି ଉଚିତ୍ ସମୟରେ ଡାଲି ଅମଳ ନହୁଏ, ତାହାଲେ ପୁରୁଣା ଡାଲି ମୂଲ୍ୟ ୨୦୦ ଟଙ୍କା ଟପିବାର ଆଶଙ୍କା ରହିଥିବା କୁହାଯାଉଛି ।

ସେୟାର କରନ୍ତୁ

Next Post

ଆରବ ସାଗରରେ ଭୀଷଣ ବାତ୍ୟାରେ ରୂପ ନେଲା ‘ବିପର୍ଯ୍ୟୟ’; ୧୯ ପରେ ଓଡିଶା ଛୁଇଁପାରେ ମୌସୁମୀ

Wed Jun 7 , 2023
ବାସ୍ତବ ବ୍ୟୁରୋ: ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୟ’ । ଏବେ ଏହା ଉତର ଦିଗରେ ନିଜର ଗତିପଥ ବଜାୟ ରଖିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି । ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି […]

You May Like

Pin It on Pinterest