ଏନ୍.ଆର.ଆର.ଆଇ. ଶ୍ରମିକଙ୍କୁ ନେଇ ପାଣିପାଗର ପ୍ରଭାବ ଉପରେ ଆଲୋଚନାଚକ୍ର….

ସଂଜୟ ଶତପଥୀ(କଟକ):୧୦।୦୬ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ଅତ୍ୟଧିକ ଖରା ଓ ବର୍ଷାକୁ ନେଇ ପାଣିପାଗର ପ୍ରଭାବ ଉପରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଏନ.ଆର.ଆର.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିଅନ ପକ୍ଷରୁ ଏକ ଆଲୋଚନାଚକ୍ର ଭଦିମୂଳ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାମ୍ଭରରେ ସଂଘ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇ ଥିଲେ ।

ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ଵ ବିଦ୍ୟାଳୟରୁ ପି.ଏଚ.ଡି.ରେ ଗବେଷଣା ରତ ଚିନ୍ମୟ କୁମାର ସାହୁ ଏବଂ ୟୁନିଭରସିଟି ଅଫ୍ ଚିକାଗୋ, ଆମେରିକାରେ ଶ୍ରମିକ ମାନଙ୍କ ଉପରେ ପାଣିପାଗର ପ୍ରଭାବ ବିଷୟକୁ ନେଇ ପିଏଚଡି ଗବେଷଣା କରୁଥିବା ଜୁନ ୱଙ୍ଗ ଉପସ୍ଥିତ ଶ୍ରମିକମାନେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ଉପରେ ପାଣିପାଗ କି ପ୍ରଭାବ ରହିଥାଏ ସେ ବିଷୟରେ ଏନ.ଆର.ଆର.ଆଇ. ରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସହିତ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ ସଂଘର ସଭାପତି ବସନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଜୋତ୍ସ୍ନାରାଣୀ ସିଂ , ସାଧାରଣ ସମ୍ପାଦକ ସୁଧିର ନାୟକ, ସହ ସମ୍ପାଦିକା ମମତା ଭୋଇ , ଭାରତୀୟ୍ ମଜଦୁର ସଂଘ କଟକ ଜିଲ୍ଲା ସଂପାଦକ ଭାଗିରଥି ବେହେରା, ଉପ ସଭାପତି ବିନୋଦ ପତି, ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ଉପସଭାପତି ଆଇନଜୀବୀ ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

ଲିଗାଲ ଏଡ୍ କାଉନସିଲ ପକ୍ଷରୁ ପାରା ଲିଗାଲ ତାଲିମ ଶିବିର....

Sun Jun 11 , 2023
ସଂଜୟ ଶତପଥୀ(କଟକ): ରାଜ୍ୟ ସ୍ତରୀୟ ଆଇନ ସେବା ସହାୟତା ସଂଗଠନ ପକ୍ଷରୁ ଆଇନ ସହାୟକ କର୍ମୀମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ କଟକ ଦେଉଳ ସାହି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଅବସରପ୍ରାପ୍ତ ଜିଲ୍ଲା ଜର୍ଜ ରତିକାନ୍ତ ମହାପାତ୍ର । ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ଓ ବୈଶାଳୀ ନାୟକ , ସିଭିଲ ଜର୍ଜ ଯୋଗଦାନ କରି […]

You May Like

Pin It on Pinterest