
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କଟକ ସଦର ପ୍ରସିଦ୍ଧ ଶକ୍ତିପୀଠ ମା’ଧାକୁଲେଇଙ୍କ ବିଜେପୀଠସ୍ଥଳୀର ସମ୍ମୁଖରେ ଥୂବା ଡିଭାଇନ୍ ପ୍ଯାଲେସ୍ ସଭାଗୃହରେ କଟକ-ବାରବାଟୀ ର ପୂର୍ବତନ ବିଧାୟକ, ବରିଷ୍ଠ ନେତା, ସମାଜସେବୀ ତଥା ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ ସଭାପତିତ୍ବରେ ଶତାଧିକ ଦଳୀୟ କର୍ମୀ, ବିଜୁ ପ୍ରେମୀ ଙ୍କ ଉପସ୍ଥିତି ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ, କଟକ-ଚୈ।ଦ୍ବାର ବିଧାୟକ ଶ୍ରୀ ସୈ।ଭିକ୍ ବିଶ୍ବାଳ, ବାଙ୍କି ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂ, କଟକ ମହାନଗର ନିଗମ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ବରିଷ୍ଠ ନେତା ଶ୍ରୀ ମଧୁସୂଦନ ସାହୁ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମହିଳା ବିଜୁଜନତା ଦଳ ପକ୍ଷରୁ ଜିଲ୍ଲା ମହିଳା ସଭାନେତ୍ରୀ ଙ୍କ ସହ ବହୁ କର୍ମୀମାନେ ଯୋଗଦେବା କଟକ ଜିଲ୍ଲା ବିଜୁଜନତା ଦଳର ଜନହିତକାରୀ ତଥା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତାର ଉଦାହରଣ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।
ବୈଠକ ପ୍ରାରମ୍ଭ ରେ ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ ଅନୁରୋଧ ରେ ସଂପ୍ରତି ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଲାଗି ୧ ମିନିଟ୍ ର ନୀରବ ପ୍ରାର୍ଥନା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନାର୍ଥେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକ ସମ୍ପୂର୍ଣ୍ଣ ଭାବେ ଆଗାମୀ ନିର୍ବାଚନ ଲାଗି ନିହିତ ଏବଂ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଏକ ଅପ୍ରତିଦ୍ଵନ୍ଦୀ ଦଳ ଭାବେ ଓ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ବର୍ତ୍ତମାନ ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ନମ୍ବର ମୂଖ୍ୟମନ୍ତ୍ରୀ କରିବାର ଯୋଜନା ଓ ପରିକଳ୍ପନା ଏହି ଜିଲ୍ଲାସ୍ତରୀୟ ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରେ ଆଗାମୀ ନିର୍ବାଚନ ରେ ଦଳର ରଣନୀତି କୁ ଆପଣେଇବାର ସଙ୍କଳ୍ପ ସମସ୍ତ ଦଳୀୟ କର୍ମୀ ନେବାକୁ ଅନୁରୋଧ କରିବା ସହ ଆଗାମୀ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ଜନସାଧାରଣଙ୍କ ସହ ସୁସମ୍ପର୍କ ରଖିବାକୁ ନିବେଦନ କରିଥିଲେ।