ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ କଟକଣା

ବାସ୍ତବ ବ୍ୟୁରୋ: ପୁରୀରେ ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ଉପରେ ଲାଗିଲା କଟକଣା। ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ ସୂଚନା ଦେଲା ପୁରୀ ପୁଲିସ। ଟ୍ୱିଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା। ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍‌ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍‌ରେ କୁହାଯାଇଛି।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ...

Sun Jun 11 , 2023
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କଟକ ସଦର ପ୍ରସିଦ୍ଧ ଶକ୍ତିପୀଠ ମା’ଧାକୁଲେଇଙ୍କ ବିଜେପୀଠସ୍ଥଳୀର ସମ୍ମୁଖରେ ଥୂବା ଡିଭାଇନ୍ ପ୍ଯାଲେସ୍ ସଭାଗୃହରେ କଟକ-ବାରବାଟୀ ର ପୂର୍ବତନ ବିଧାୟକ, ବରିଷ୍ଠ ନେତା, ସମାଜସେବୀ ତଥା ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଙ୍କ ସଭାପତିତ୍ବରେ ଶତାଧିକ ଦଳୀୟ କର୍ମୀ, ବିଜୁ ପ୍ରେମୀ ଙ୍କ ଉପସ୍ଥିତି ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। […]

You May Like

Pin It on Pinterest