ବାସ୍ତବ ବ୍ୟୁରୋ-ଏହି ୨ଦିନ ଭିତରେ ୧୮ଜଣ କରୋନା ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବାଢ଼ିଦେଇଥିଲା ମାତ୍ର ଆଜି ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଅସ୍ବସ୍ତିକର ଖବର ସାମ୍ନା କୁ ଆସିଛି । ରାଜ୍ୟର ଆଉ ୫ ଜଣ କରୋନା ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୯ ଜଣ ଆରୋଗ୍ୟଲାଭ କରିସାରିଲେଣି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ଆରୋଗ୍ୟଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ରହିଛନ୍ତି ।
