
ହେମନ୍ତ ଜେନା(ଭୁବନେଶ୍ବର):ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ୧୩/୦୬/୨୦୨୩ମଙ୍ଗଳବାର ସଂଧ୍ୟାରେ, ଆକାଶୀୟ ବୈଠକ(Virtual Meet)ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ରାଜଶ୍ରୀ"ଇ"ପତ୍ରିକାରମାର୍ଚ୍ଚ,ଏପ୍ରିଲ ଏବଂ ମେ ମାସ ସଂଖ୍ୟା"ରାଜଶ୍ରୀ"କୁ ବିଶିଷ୍ଟ ପ୍ରାବନ୍ଧିକ ତଥା ବିଧାନସଭା ସଚିବ ଦାଶରଥି ଶତପଥୀ ମହୋଦୟ ଉନ୍ମୋଚନ କରିଥିଲେ ।ଇ-ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା।
ଉଦ୍ଘାଟନୀ ସମ୍ଭାଷଣରେ ଶ୍ରୀଯୁକ୍ତ ଶତପଥୀ ପାଠକୀୟ ଅଭିରୁଚି ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ରାଜଶ୍ରୀ ଇ-ପତ୍ରିକାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ କବି ବାବାଜୀ ଚରଣ ଦାସ,ଅଧ୍ୟାପକ କବି ଡ.ରମେଶ ଚନ୍ଦ୍ର ଜେନା,ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜଶ୍ରୀର ଏତାଦୃଶ ବାଣୀସାଧନାର ଭୂୟସୀ ପ୍ରଶଂସା କରିଥିଲେ।
ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ , କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ ସ୍ଵାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ଆହତ ବ୍ୟକ୍ତିଙ୍କ ଆଶୁଆରୋଗ୍ୟ କାମନା କରାଯାଇଥିଲା ।
ଇତ୍ୟବସରରେ କବି ହୃଦୟ ରଞ୍ଜନ ପରିଡା ଏବଂ କବି ସୁପ୍ରିୟା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବ ” ରଜ ସଜବାଜ ମଉଜ ” ରେ ସର୍ବଶ୍ରୀ କବି ଡକ୍ଟର ରମାକାନ୍ତ ନାୟକ, କବି ଡ. ଗାୟତ୍ରୀ ସିଂହ , କବି ହାସ୍ୟମୟୀ ରାଜ୍, ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ , କବି ବିପିନ ବିହାରୀ ବାରିକ, କବି ପ୍ରଣତି ମହାପାତ୍ର , କବି ସ୍ନେହ ମିଶ୍ର,କବି ନିରୂପମା ପାଣି, କବି ବନଲକ୍ଷ୍ମୀ ମହାନ୍ତି , କବି ଜ୍ୟୋତ୍ସ୍ନା ରାଣୀ ସୂତାର ,କବି ବିନୋଦିନୀ ଦାଶ, କବି ଶୋଭାମୟୀ ପତ୍ରୀ , କବି ସୁପ୍ରିୟା ସାହୁ, କବି ରୀତା ଅପରାଜିତା ମହାନ୍ତି , କବି ଜିତେନ୍ଦ୍ର କୁମାର ମହାନ୍ତି , କବି ବ୍ରଜସୁନ୍ଦର ସାହୁ , କବି ପ୍ରକାଶ କୁମାର ମିଶ୍ର, କବି ରଞ୍ଜିତା କୁମାରୀ ପତି , କବି ସ୍ମୃତି ରଞ୍ଜନ ଜେନା, କବି ବିବାସିନୀ ପଟ୍ଟନାୟକ, କବି ସୁଭଦ୍ରା ମହାପାତ୍ର ,କବି ରାଜେଶ୍ଵରୀ ମହାନ୍ତି , କବି ସତ୍ୟଜିତ୍ ସାହୁ ପ୍ରମୂଖ ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ କବି ସୁପ୍ରିୟା ସାହୁ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ।



