ଭିତ୍ତିଭୂମି ସେବା ସଂଗଠନର ଚାଷୀଙ୍କୁ ବିହନ ବଣ୍ଟନ କାର୍ଯ୍ୟକ୍ରମ…


ବରଗଡ଼(ନବୀନ ଦାଶ):ଭିତ୍ତିଭୂମି ସେବା ସଂଗଠନର,ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସ୍ଥିତ ଗଞ୍ଜାଗୁଡ଼ା, ବରିହା ପାଲି, ପତ୍ରାପାଲି, ବଇଦ ପାଲି, ବଂଝା ପାଲି, କୁଦୋ ପାଲି, ଚକା ଖଲିଆ ତଥା ଖୁଜେନ୍ ଆଦି ଗ୍ରାମର ପାରମ୍ପରିକ କୃଷକ ମାନଙ୍କୁ ଦେଶୀ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ସଂଗଠନ ତରଫରୁ ଚାଷୀଙ୍କୁ ଧାନ, ମାଣ୍ଡିଆ, କୁଦୋ, ଗୁର୍ଜି,ମୁଗ, ରାଶି, କଲରା, ଶିମ୍ବ, ଭାଜି ଆଦି ବିଭିନ୍ନ ପ୍ରକାର ର ପାରମ୍ପରିକ ବିହନ ବଣ୍ଟନ କରାଯାଇ ପ୍ରାୟ ୫୦୦ ପରିବାର ଙ୍କୁ ତାଲିମ ଦେଇ ଚାଷ ପାଇଁ ଉତ୍ସାହିତ କରି ସାହାଯ୍ୟ ଓ ସହଯୋଗ କରି ଆସୁଅଛି ।

ଏଥି ସହ ବିମଳ ଚାଷୀ ଉତ୍ପାଦକ କମ୍ପାନୀ ଜରିଆରେ ଏକ ବିହନ ବ୍ୟାଙ୍କ୍ ତିଆରି କରିବା ସହ ଉତ୍ପାଦିତ ବିଭିନ୍ନ କୃଷିଜାତ ଦ୍ରବ୍ୟ ର ବଜାର ବ୍ୟବସ୍ଥା କରାଯିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। କାର୍ଯ୍ୟକ୍ରମ କୁ ଭିତ୍ତିଭୂମି ସେବା ସଂଗଠନ ର ଦାଶରଥି ବେହେରା, ବାବୁଲୁ ବଗର୍ତ୍ତି, ଶୁକଦେବ ସ୍ୱାଇଁ, କମଳଲୋଚନ ଭୋଇ, ଉତ୍କଲେଶ୍ୱର, ରୋହିଣୀ ଧରୁଆ ଆଦି ପରିଚାଳନାରେ ସହ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’

Thu Jun 15 , 2023
ବାସ୍ତବ ବ୍ୟୁରୋ: ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ବାତ୍ୟାଟି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ମାଣ୍ଡଭି ଓ କରାଚି ମଧ୍ୟରେ ଥିବା ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ। ବାତ୍ୟା ବିପର୍ଯ୍ୟୟ ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି […]

You May Like

Pin It on Pinterest