ଭୁବନେଶ୍ୱର(ବାସ୍ତବ ଟିଭି): ରାଜ୍ୟରେ ଜାରି ରହିଛି ରାଜନୈତିକ ଉଷ୍ମତା । କିଏ ବିଜେଡ଼ିରୁ ଡ଼େଇଁ ବିଜେପିରୁ ମିଶୁଛିତ କିଏ କଂଗ୍ରେସରୁ ଡ଼େଇଁ ବିଜେଡ଼ିରେ ମିଶୁଛି । ଚାଲିଛି ଦଳ ଅଦଳବଦଳର ଋତୁ । ମାତ୍ର କେଇଟା ଦିନ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ରାଜନୀତିରେ ଲାଗିଛି ଦଳ ଡ଼ିଆଁ କାର୍ଯ୍ୟକ୍ରମ । ଏବେ ଏବେ ବୈଜୟନ୍ତ ଓ ଦାମଙ୍କ ପରି ଟାଣୁଆ ନେତା ବିଜେପିରେ ସାମିଲ ହେବାପରେ ବିଜୟଙ୍କ ଆସ୍ତା ଟିକେ ବୋଧହୁଏ ବଢ଼ିଯାଇଛି । ସିଧା ସଳଖ ଭାବେ ବିଜୟ ବିଜେପିକୁ ଫେରିବା ନେଇ ସ୍ପଷ୍ଟ ଉକ୍ତି ଦେଇନଥିଲେ ବି ଝାପ୍ସା ଝାପ୍ସା ତାଙ୍କର ଚାହାଣିରୁ ବାରିହୋଇ ପଡ଼ୁଛି । ବିଜୟଙ୍କ କହିବା ଅନୁଯାୟୀ ତାଙ୍କ ନିକଟକୁ ସମସ୍ତ ଦଳରୁ ଡାକରା ଆସିଚି ହେଲେ ସେ କୈଣସି ଦଳରେ ଯୋଗ ଦେବା ନେଇ ଚିନ୍ତା କରିନାହାଁନ୍ତି ।
ହେଲେ ଖୁବ୍ଶୀଘ୍ର ତାଙ୍କ ମତ ଜଣାଇବେ ବୋଲି କହିଥିବାବେଳେ ତଥାପି କହିଛନ୍ତି ଆସନ୍ତା ୧୮ ତାରିଖ ପୂର୍ବରୁ ଏନେଇ ଚୂଡ଼ାନ୍ତ ନିଷ୍ପତି ନେବେ । ତାଛଡ଼ା ଗତ ୨୦ ବର୍ଷ ଧରି ତାଙ୍କୁ ଯେଉଁ ମାନେ ଭଲ ପାଇ ଆସିଛନ୍ତି ଓ ତାଙ୍କ ସାଥିରେ ଅଛନ୍ତି ସେମାନଙ୍କ ସହ ଆଲେଚନା କରି ସିଦ୍ଧାନ୍ତ ନେବେ ବୋଲି ସେ କହିଛନ୍ତି । ତାହାଛଡ଼ା କେନ୍ଦ୍ରାପଡ଼ା ସ୍ୱାଭିମାନକୁ ପ୍ରାଧାନ୍ର ଦେବେ ବୋଲି ସେ ମଧ୍ୟ କହିଛନ୍ତି । ବିଜୟ ନଭେମ୍ବର ୩୦ରେ ବିଜେପି ଛାଡ଼ିବା ପରେ ବିଜେଡ଼ିରେ ଯୋଗଦେବାନେଇ ଚର୍ଚ୍ଚା ଯୋର ହୋଇଥିଲା । ହେଲେ ବିଜୟ କେଉଁ ଦଳ ଆଡ଼କୁ ମୁହାଁଇ ନଥିଲେ । କିନ୍ତୁ ଏବେ ନିର୍ବାଚନ ପାଖେଇ ଆସିବାରୁ ବିଜୟଙ୍କ ସମର୍ଥକଙ୍କ ସହ ବିଭିନ୍ନ ନେତାଙ୍କ ଗହଳି ବିଜୟଙ୍କ ବାସ ଭବନରେ ଲାଗି ରହୁଥିବା ଦେଖିବାକୁ ମିଳୁଛି ।