ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’

ବାସ୍ତବ ବ୍ୟୁରୋ: ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ବାତ୍ୟାଟି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ମାଣ୍ଡଭି ଓ କରାଚି ମଧ୍ୟରେ ଥିବା ଜଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ।

ବାତ୍ୟା ବିପର୍ଯ୍ୟୟ ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି ଲ୍ୟାଣ୍ଡଫଲ ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଅତି ଉଚ୍ଚ ଜୁଆର ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପକ୍ଷରେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଯାଏଁ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବାଲି ଲାଗି ୧୭ଟି ଏନଡିଆରଏଫ୍ ଟିମ୍ ସହ ୧୨ଟି ଏସଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି। ବାତ୍ୟା ପାଇଁ ୭୬ଟି ଟ୍ରେନ୍ ବାତିଲ କରାଯାଇଛି।

ସେୟାର କରନ୍ତୁ

Next Post

BREAKING NEWS ସୋରଡା ପୋଲିସକୁ ବଡ ସଫଳତା.....

Thu Jun 15 , 2023
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା l ସୋରଡା ଥାନା ଇଲାକା ରେ ଲଗାତାର ଘଟୁଥିବା ଡକାୟତ ଘଟଣା ର ପର୍ଦାଫାଶ କରିଛି ପୋଲିସ l ଗତ ୧୧ ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ରହୁଥିବା ଏନ୍. ଦିନବନ୍ଧୁ ଚୌଧୁରୀ ଙ୍କ ଦୋକାନ ଘର ଭିତରକୁ ଗ୍ରାହକ ସାଜି ଆସି ବନ୍ଧୁକ ଦେଖାଇ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ୨୫୦ ଗ୍ରାମ […]

You May Like

Pin It on Pinterest