ବୈତରଣୀ ରୋଡ ଠାରେ ରଜ ମହୋତ୍ସବ -୨୦୨୩ ଅନୁଷ୍ଠିତ….

ଜାଜପୁର(ବସ୍ତବବ୍ୟୁରୋ): ୧୬/୬/୨୩-ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ଅବସରରେ, ସାମାଜିକ ସଂଗଠନ “ଜାତୀୟ ମାନବାଧିକାର ସାମ୍ମୁଖ୍ୟ” ଓ ଦୈନିକ ସମ୍ବାଦପତ୍ର “ଅନେକ ସୂଚନା” ର ମିଳିତ ପ୍ରୟାସରେ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ବୈତରଣୀ ରୋଡ ସ୍ଥିତ ବରୁଣେଇ କଲ୍ୟାଣ ମଣ୍ଡପ ରେ ରଜ ସଂକ୍ରାନ୍ତି ଅବସରରେ “ରଜ ମହୋତ୍ସବ-୨୦୨୩” ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଓ ଓଡ଼ିଆ ଙ୍କ ଅସ୍ମିତା,କଳା, ସଂସ୍କୃତି, ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ମା’, ଭଉଣୀ ମାନଙ୍କ ଦ୍ଵାରା ଏହି ସ୍ଵତନ୍ତ୍ର ପର୍ବ ପାଳନ କରାଯାଏ। ଏହି ଅବସରରେ ଝିଅ ପିଲା ଓ ମହିଳା ମାନଙ୍କୁ ନେଇ ପିଠା,ପାନ ଭଙ୍ଗା, ପୁଚିଖେଳ,ଶଙ୍ଖ ଫୁଙ୍କା, ଗୀତ,ନାଚ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଉଥିଲା।

ଜାତୀୟ ମାନବାଧିକାର ସାମ୍ମୁଖ୍ୟ ର ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅଣ ସଂରକ୍ଷିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ଅନେକ ସୂଚନା ର ସମ୍ପାଦକ ନିତ୍ୟ ନିରଞ୍ଜନ ପଣ୍ଡା, ଜାତୀୟ ମାନବାଧିକାର ସାମୁଖ୍ୟ ର ଅଧ୍ୟକ୍ଷ ରମେଶ ଭାରତୀ, ରାଜ୍ୟ ଯୁଗ୍ମ ଆବାହକ ଶଚିକାନ୍ତ ପଣ୍ଡା, ଅନେକ ସୂଚନା ର ପରିଚାଳନା ସମ୍ପାଦକ ସତ୍ୟନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ ହେମନ୍ତ ମହାପାତ୍ର, ସମିତି ସଭ୍ୟ ଜୟନ୍ତୀ ସାହୁ, ଏସ୍ ଏଚ୍ ଜି ମହାସଂଘ ର ସଭାନେତ୍ରୀ ଶାନ୍ତିଲତା ପଣ୍ଡା, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଆଲୋକ ମଲ୍ଲିକ,ବରିଷ୍ଠ ସାମ୍ବାଦିକ ଅଶୋକ ବିଶ୍ଵାସ ଓ ସୁଜାତା ଗୋସ୍ୱାମୀ, ଆଇନଜୀବୀ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ସଂଗଠନ ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହିପରି ସାମାଜିକ ଓ ମାନବ ଅଧିକାର କୁ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଚାରପତି ମାନଙ୍କ ଦ୍ବାରା ଚୟନୀତ ସଫଳ ବିଜେତାଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ସାମ୍ମୁଖ୍ୟ ର କୋରେଇ ବ୍ଲକ ସଂଯୋଜକ ଜିତୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟରଞ୍ଜନ ନାୟକ, ଶୁଭସ୍ମିତା ଆଚାର୍ଯ୍ୟ, ଯାଜପୁର ଜିଲ୍ଲା ସଭାପତି ନାରାୟଣ ମଲ୍ଲିକ, ଜିଲ୍ଲା ସ଼ଂଯୋଜିକା ଲକ୍ଷ୍ମୀପ୍ରିୟା ସାହୁ, ଟାଉନ ସଂଯୋଜିକା ରଞ୍ଜିତା ସାହୁ,ଭଦ୍ରକ ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ସ୍ବାଇଁ, ସଂଯୋଜକ ରବିନ୍ଦ୍ର ପାଣିଗ୍ରାହୀ, ବାଲେଶ୍ଵର ଜିଲ୍ଲା ସଭାପତି କାହ୍ନୁ ପାକଳ, ସଂଯୋଜକ କାହ୍ନୁ ଚରଣ ମିଶ୍ର, ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ଵର) ସ଼ଂଯୋଜିକା ପ୍ରତିମା ଦାସ ପ୍ରମୁଖ ବିଚାରପତି ଭାବେ ଯୋଗ ଦେବା ସହ କାର୍ଯ୍ୟକ୍ରମ ରେ ସହଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୫୦ ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ।

ସେୟାର କରନ୍ତୁ

Next Post

ଖରା ଛୁଟି ଅବଧି ବୃଦ୍ଧି କଲେ ସରକାର ।

Fri Jun 16 , 2023
ବାସ୍ତବ ବ୍ୟୁରୋ: ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ ଖରା ଛୁଟିକୁ ବୃଦ୍ଧି କରାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା […]

You May Like

Breaking News

Pin It on Pinterest