ଗୁଜରାଟରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’ : ଭାଙ୍ଗିଲା ବିଶାଳ ଗଛ, ୧ ହଜାର ଗ୍ରାମରେ ବିଜୁଳି ନାହିଁ..

ବାସ୍ତବ ବ୍ୟୁରୋ: ଗୁଜରାଟରେ ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’ । ଗୁଜରାଟ ରାଜ୍ୟର କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯେଉଁ ଆଶଙ୍କା କରାଯାଉଥିଲା ତାଠୁ ଅଧିକ କ୍ଷୟକ୍ଷତି ହେଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଚ, ଦ୍ୱାରାକ, ଜାମନଗର, ପୋରବନ୍ଦର ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ବାତ୍ୟାରେ ଶତାଧିକ ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦୦୦ରୁ ଅଧିକ ଗାଁରେ ବିଜୁଳି ସଂଯୋଗ ନାହିଁ। ଯାନବାହନ ଗୁଡିକ ରାସ୍ତାରେ ପଡି ରହିଛି । କଚ୍ଛରେ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟାର ତାଣ୍ଡବ । ଘରଦ୍ୱାର ଭାଙ୍ଗିବା ସହ ବଡ ବଡ ଗଛ ଉପୁଡିପଡିଛି । ଏବେ ବି ଜାରି ରହିଛି ବର୍ଷା ପବନ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ଦେଖାଦେଇଛି । ରାସ୍ତାରେ ଭାଙ୍ଗିପଡିଥିବା ବିଶାଳ ଗଛଗୁଡିକୁ ସଫା କରାଯାଉଛି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାତ୍ୟା ଯୋଗୁଁ ରାଜ୍ୟରେ କେହି ମୃତାହତ ହୋଇନାହାନ୍ତି, ଯାହା କି ସବୁଠାରୁ ବଡ଼ ସଫଳତା। ତେବେ ସୂଚନା ଅନୁସାରେ ବାତ୍ୟା ଯୋଗୁଁ ୨୩ ଜଣ ଲୋକ ଆହତ ହୋଇଛନ୍ତି । କିନ୍ତୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଭାଙ୍ଗିଯାଇଛି ।ଏନଡିଆରଏଫ ଉଦ୍ଦାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଲଗାତର ଫୋନ ଯୋଗେ ବାତ୍ୟା ପରର ସ୍ଥିତି ବାବଦରେ ଖବର ନେଉଥିବା ଜଣାପଡିଛି ।

ସେୟାର କରନ୍ତୁ

Next Post

ଯୌନ ଉତ୍ପୀଡ଼ନ ମାମଲାରେ: ପୂର୍ବତନ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ....

Fri Jun 16 , 2023
ବାସ୍ତବବ୍ୟୁରୋ: ତାମିଲନାଡ଼ୁର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ବିଲ୍ଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ମହିଳା ପୁଲିସ୍ ଆଇପିଏସ୍‌ ଅଧିକାରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୧ ମସିହା ଫେବ୍ରୁଆରୀ […]

You May Like

Breaking News

Pin It on Pinterest