ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠରେ ରଜ ମହୋତ୍ସବ ଓ ପ୍ରତିଭା ସମ୍ମାନ ଉତ୍ସବ….

ସଂଜୟ ଶତପଥୀ(କଟକ): ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ଓ ଶ୍ରୀ ଶ୍ରୀ ଅନ୍ଧବର ସାଂସ୍କୃତିକ ପରିଷଦ, ବଙ୍ଗାରୀ, ଜିଲ୍ଲା -କେନ୍ଦ୍ରାପଡା ର ମିଳିତ ଆନୁକୂଲ୍ୟରେ ପବିତ୍ର ରଜସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଙ୍ଗାରୀଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଅନ୍ଧବର ପୀଠ ଠାରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡଃ ଲିଙ୍ଗରାଜ ଶତପଥୀ ଙ୍କ ସଭାପତିତ୍ବରେ ରଜମହୋତ୍ସବ ଓ କୃତି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଅଜୟ କୁମାର ରାଉତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ର ସଭାପତି ଶ୍ରୀ ଦ୍ବାରିକାନାଥ ସେନାପତି ଯୋଗଦେଇ ଓଡ଼ିଆ ଭାଷାକୁ ବିଶ୍ଵ ଦରବାରରେ ଶ୍ରେଷ୍ଠତା ପ୍ରତିପାଦନ କରିବା ଲାଗି ସମସ୍ତେ ଚେଷ୍ଟିତ ହେବାକୁ ଭାଷଣ ମାଧ୍ୟମରେ ବାର୍ତ୍ତା ବାଣ୍ଟିଥିଲେ। ଶ୍ରୀ ଶ୍ରୀ ବଳଦେବଜୀଉ ଭାଷା ସାହିତ୍ୟ ମଞ୍ଚ ର ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ମହାନ୍ତି ଆମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହ ବିବରଣୀ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରହ୍ଲାଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଜିଲ୍ଲା ର ବହୁ ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସମ୍ମାନ ଯଥା ଗଜେନ୍ଦ୍ର ସ୍ବାଇଁ ସ୍ମୃତି ସମ୍ମାନ,ରୀତାରାଣୀ ମହାନ୍ତି ସ୍ମୃତି ସମ୍ମାନ, କେଳୁଚରଣ ପାଳ ସ୍ମୃତି ସମ୍ମାନ, ବ୍ରଜକିଶୋର ସ୍ବାଇଁ ସ୍ମୃତି ସମ୍ମାନ, ପଞ୍ଚାନନ ପ୍ରଧାନ ସ୍ମୃତି ସମ୍ମାନ, ଦୁର୍ଯ୍ୟୋଧନ ମଙ୍ଗରାଜ ସ୍ମୃତି ସମ୍ମାନ, କବିରାଜ ଶ୍ରୀପତି ଶତପଥୀ ସ୍ମୃତି ସମ୍ମାନ,ନର୍ମଦା ସେନାପତି ସ୍ମୃତି ସମ୍ମାନ,ହାରାମଣି ମହାନ୍ତି ସ୍ମୃତି ସମ୍ମାନ, ସତ୍ୟଭାମା ସୁତାର ସ୍ମୃତି ସମ୍ମାନ, ପ୍ରହ୍ଲାଦ ପୃଷ୍ଟି ସ୍ମୃତି ସମ୍ମାନ, ବଂଶୀଧର ସ୍ବାଇଁ ସ୍ମୃତି ସମ୍ମାନ, ବଂଶୀଧର ପଣ୍ଡା ସ୍ମୃତି ସମ୍ମାନର ବିଷୟରେ ଉପସ୍ଥିତ ଦର୍ଶକ ମାନଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୨୦୨୩ ମସିହାରେ ମାଟ୍ରିକ୍ଯୂଲେସନ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲର ସର୍ବୋଚ୍ଚ ନମ୍ବର ରଖୂଥୂବା ତଥା ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ବିଜେତାଙ୍କୁ୍ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହ ସମାଜସେବୀକା ପ୍ରିୟମ୍ବଦା ନାୟକଙ୍କ ପକ୍ଷରୁ ୫୦୦/ଟଙ୍କା ର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସ୍ଵର୍ଣ୍ଣମୟୀ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ କୃତ୍ତିତ୍ବ ହାସଲ କରିଥିବା ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମଞ୍ଚର‌ ମୂଖ୍ୟ ଉପଦେଷ୍ଟା ଶ୍ରୀ ଶ୍ରୀକାନ୍ତ ନାୟକ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତ ସହଯୋଗୀମାଙ୍କୁ ଆଭାର ପ୍ରକଟ କରିବା ସହ ଶ୍ରୀ ସୁକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଏ ପାନ୍‌ବାଲା ବାବୁ ର କଣ୍ଠଶିଳ୍ପୀ ଅନିଲ ହରିପାଲ ଙ୍କ ପରଲୋକ....

Fri Jun 16 , 2023
ବାସ୍ତବବ୍ୟୁରୋ: ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍‌ ହୋଇଥିଲା ଚର୍ଚ୍ଚିତ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁ। ରାତାରାତି ଏହି […]

You May Like

Breaking News

Pin It on Pinterest