ଆଜିର ଖାସ୍ ଖବର

୧-ଓଡ଼ିଶାରେ ନୂଆ 3 ଜଣ covid-19 ରୋଗୀ ଚିହ୍ନଟ। ଉକ୍ତ 3 ଜଣ ଭଦ୍ରଖ ଜିଲ୍ଲା ବାସୁଦେବପୁର ଅଂଚଳର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 82 ରେ ପହଞ୍ଚିଲା ।

୨-କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ ରାଷ୍ଟ୍ରୀୟ ସହିଦ ସମ୍ମାନ ସହ ୫୦ ଲକ୍ଷ ଟଙ୍କା।

୩-ଚୀନ୍‌ ଛାଡ଼ି ଆସିବାକୁ ଦ.କୋରିଆ, ଜାପାନ କମ୍ପାନୀଙ୍କ ସଜବାଜ,ଭାରତରୁ ଉତ୍ପାଦନ ପାଇଁ ୧୦୦୦ ବିଦେଶୀ କମ୍ପାନୀ ଆଗ୍ରହୀ।

୪-ଅନଲାଇନରେ ବିକ୍ରିହେବ ପରିବା, କୃଷକର ସମସ୍ୟା ଦେଖି ନିଷ୍ପତି ନେଲେ ରାଜ୍ୟ ସରକାର ।odihortmarketing.nic.in ୱେବସାଇଟର ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ।

୫-ଆଜି ସରପଞ୍ଚଙ୍କ ସହ କଥା ହେବେ ନବୀନ । ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ଯୋଦ୍ଧାଙ୍କ ସହ କରିବେ ସମୀକ୍ଷା । କେମିତି ସରପଞ୍ଚ ତୁଲାଇବେ ଜିଲ୍ଲାପାଳ କ୍ଷମତା ବୁଝାଇବେ ମୁଖ୍ୟମନ୍ତ୍ରୀ ।

୬-ବୁର୍ଲା:ନିଜ କାରରେ ଗରୀବ ମହିଳା ରୋଗୀଙ୍କୁ ଘରକୁ ଛାଡ଼ିବାକୁ ନେଲେ ଡ଼ାକ୍ତର ଶଙ୍କର ରାମଚନ୍ଦାନି।

୭-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି ଅଭୟ, ଯାଞ୍ଚ ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ।

୮-ଦେଶବାସୀଙ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀ ନେବେ ଫିଡ୍‌ବ୍ୟାକ୍, ୧୯୨୧ ନମ୍ବରରେ ଆପଣଙ୍କ ପାଖକୁ ଆସିପାରେ ଫୋନ କଲ୍।

୯-ବିଧାନସଭାରେ ଆଜିଠାରୁ ଖୋଲିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ, ପାନ ଖାଇ କିମ୍ବା ମଦ ପିଇକି ଅଫିସ ଆସିଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୦-ନିଷ୍ପତ୍ତି ବଦଳାଇଲେ ଉଚ୍ଚଶିକ୍ଷା ବିଭାଗ ସଚିବ,ମେ’ ୩ ଯାଏ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ।

୧୧-ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ତିନି ମାସ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଗ୍ୟାସ୍‌ ରିଫିଲ।

୧୨-ଲକଡାଉନ୍ ବେଳେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର, ନିଜ ଘରେ ଖୋଲିଛନ୍ତି କଣ୍ଟ୍ରୋଲ ରୁମ୍।

୧୩-June 21କୁ ଘୁଞ୍ଚିଲା ‘କ୍ଲାଟ’ପରୀକ୍ଷା, ଏମ୍ସର ନର୍ସିଂ ପାଠ୍ୟକ୍ରମର ଶେଷ ପଞ୍ଜିକରଣ ସ୍ଥଗିତ।

୧୪-ପାଣିପାଗ: ଆଜି ୯ ଜିଲ୍ଲାରେ କାଳବୈଶାଖୀ, ଉପକୂଳରେ ଛାତିରୁ ଆଶ୍ବସ୍ତି।

୧୫-କ୍ୱାରେଣ୍ଟାଇନରେ ରହିଲେ ଯାଜପୁର ଜିଲ୍ଲାର ୩ ଡାକ୍ତର ଓ ୧୯ ନର୍ସ।

୧୬-ଗତକାଲି ଦିନ ପାଲଟିଥିଲା ରାତି, ରାଜ୍ୟର କିଛି ଜିଲ୍ଲାରେ ହୋଇଥିଲା କାଳବୈଶାଖୀର ତାଣ୍ଡବ।

୧୭-ଅଣ ହଟସ୍ପଟ ଜିଲ୍ଲା ପାଇଁ ଜାରି ହେଲା ଏସଓପି । ଶ୍ରମିକଙ୍କ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି । ଗାଡି ମରାମତି ଦୋକାନ ସହ ଖୋଲା ରହିବ ଢାବା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ସଚେତନା ପାଇଁ ଜାରି ହେଲା ହ୍ୱାଟସ୍-ଆପ୍ ନମ୍ବର

Wed Apr 22 , 2020
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କରିଛନ୍ତି ରାଜ୍ୟ ସରକାର । ହ୍ୱାଟସ ଆପ୍ ନମ୍ବରରେ HI ଲେଖି ପଠାଇଲେ ସମସ୍ତ ତଥ୍ୟ ପାଇପାରିବା ନେଇ ସୂଚନା ମିଳିଛି । ହ୍ୱାଟସ୍ ଆପ ନମ୍ବରଟି ହେଉଛି ୯୩୩୭୯୨୯୦୦୦ । ଏହାସହ bit.ly/OGCcovidWhatsAppଏହି ଲିଙ୍କରେ କ୍ଲିକ କରି ମଧ୍ୟ ସମସ୍ତ ତଥ୍ୟ ଜାଣିପାରିବେ । ରାଜ୍ୟରେ ଦିନକୁ ଦିନ […]

You May Like

Pin It on Pinterest