ଭବାନୀ ମଲ୍ ନିକଟସ୍ଥ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି।

ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରି ରୁମରେ ନିଆଁ ଲାଗିଯାଇଛି। ଉପର ମହଲାକୁ ନିଆଁ ବ୍ୟାପିବାରେ ଲାଗିଛି। ବାର୍‌ ଭିତରକୁ ଯିବାକୁ ଗୋଟିଏ ବାଟ ରହିଛି। ଏହି ବାଟଟି ସଂକୀର୍ଣ୍ଣ ହୋଇଥିବାବେଳେ ପ୍ରବଳ ଧୂଆଁ ବାହାରୁଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ କଷ୍ଟ ହେଉଛି। ଧୁଆଁକୁ କମ୍‌ କରିବା ପାଇଁ ପାଣି ସ୍ପ୍ରେ କରାଯାଉଛି। ଏହାସହ କାନ୍ଥକୁ କଟରରେ ଗାତ କରାଯାଇ ଭିତରକୁ ପାଣି ସ୍ପ୍ରେ କରାଯା଼ଉଛି।  

କେଉଁ କାରଣରୁ ବାର୍‌ରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ୨ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ସେୟାର କରନ୍ତୁ

Next Post

ଭାରତର ଗୁଇନ୍ଦା ଏଜେନ୍ସି RAWର ନୂଆ ମୁଖ୍ୟ ହେବେ ରବି ସିହ୍ନା…

Mon Jun 19 , 2023
ବାସ୍ତବ ବ୍ୟୁରୋ: ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ […]

You May Like

Pin It on Pinterest