୨୧ ତାରିଖ ପରିବର୍ତ୍ତେ କେଉଁଠି ୨୨ରେ ତ ଆଉ କେଉଁଠି ଖୋଲିବ ସ୍କୁଲ

ବାସ୍ତବ ବ୍ୟୁରୋ: ୨୧ ତାରିଖ ପରିବର୍ତ୍ତେ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୨ ତାରିଖରୁ ଖୋଲିବ ସ୍କୁଲ। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ରେ ସ୍କୁଲ ଖୋଲିବା ନେଇ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।

ସମ୍ବଲପୁରରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସାଢ଼େ ୬ରୁ କ୍ଲାସ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ। ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ୨୬ତାରିଖଠାରୁ ନିୟମିତ ସମାୟାନୁସାରେ ସ୍କୁଲ ଚାଲିବ।

ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୨୨ରୁ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ସକାଳୁଆ ଚାଲିବ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ।

ବଲାଙ୍ଗିର ଜିଲ୍ଲାରେ ମଧ୍ୟ ୨୨ରୁ ୨୪ ତାରିଖ ଯାଏ ସକାଳୁଆ ସ୍କୁଲ ହେବ।  ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ଚାଲିବ ସବୁ ସ୍କୁଲ। 

ସେପଟେ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ସ୍କୁଲ ଚାଲିବ। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ୨୫ ତାରିଖ ରବିବାର ପଡ଼ୁଥିବା ବେଳେ ୨୬ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ସ୍ୱାଭାବିକ ସମୟରେ ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାରେ ୨୩ ତାରିଖରୁ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ୨୬ରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ। ସେହିପରି ନୂଆପଡ଼ା ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  

ଗ୍ରୀଷ୍ମ ଛୁଟିପରେ ଆସନ୍ତାକାଲି ସ୍କୁଲ ଖୋଲୁଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଜୁନ୍ ୧୯ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା।

ସେୟାର କରନ୍ତୁ

Next Post

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

Wed Jun 21 , 2023
ବାସ୍ତବ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଆସନ୍ତାକାଲି ଅପରାହ୍ନ ୪ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ସେ ବୈଠକ କରିବେ। ତା’ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ। ୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ […]

You May Like

Pin It on Pinterest