ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ବାସ୍ତବ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

ଆସନ୍ତାକାଲି ଅପରାହ୍ନ ୪ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସେଠାରେ ବରଗଡ଼ ଲୋକସଭା କ୍ଷେତ୍ରର କର୍ମକର୍ତ୍ତାଙ୍କ ସହ ସେ ବୈଠକ କରିବେ। ତା’ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ।

୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ଜେ.ପି ନଡ୍ଡା। ହେଲିକପ୍ଟର ଯୋଗେ ସେ ସେଠାକୁ ଯିବେ। ଭବାନୀପାଟଣାରେ ଦିନ ୧୧ଟାରେ ସେ ପହଞ୍ଚି ପ୍ରଥମେ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ପରେ ଲାଲବାହାଦୂର ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା।

ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। 

ସେୟାର କରନ୍ତୁ

Next Post

କଟକ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କମ୍ପାନୀ ପ୍ରୀତି ପ୍ରତିବାଦରେ ବିକ୍ଷୋଭ ଓ ଧାରଣା...

Wed Jun 21 , 2023
ସେୟାର କରନ୍ତୁ

You May Like

Pin It on Pinterest