କଟକ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କମ୍ପାନୀ ପ୍ରୀତି ପ୍ରତିବାଦରେ ବିକ୍ଷୋଭ ଓ ଧାରଣା…

         ସଂଜୟ ଶତପଥୀ(କଟକ):ଆଠଗଡ଼ ସ୍ଥିତ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଚକ୍ରାନ୍ତ କରି ବନ୍ଦ କରି ଦିଆଯାଇଛି । ଏହି କାରଖାନାକୁ ବନ୍ଦ କରିଦେବା ପରେ ଏହାକୁ ବି.କେ.ଷ୍ଟିଲ.ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରି କରି ଦିଆଯାଇଛି । ଯାହା ଫଳରେ ପୂର୍ବରୁ ଏଠାରେ କାର୍ଯ୍ୟରତ ଶ୍ରମିକ ମାନେ ବର୍ଷ ବର୍ଷ ଧରି କାମ କରି ସେମାନଙ୍କ ପ୍ରାପ୍ୟ ପାଇପାରୁ ନାହାନ୍ତି । 

ଏହାର ପ୍ରତିବାଦ କରି ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଶ୍ରମ ବିଭାଗର ଯୁଗ୍ମ ଶ୍ରମ ଆୟୁକ୍ତ, କଟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଏଥି ସହିତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କର ବକେୟା ପ୍ରାପ୍ୟ ସହ କୋର୍ଟ ର ନିର୍ଦ୍ଦେଶ ମୁତାବକ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବକେୟା ଦରମା ତୁରନ୍ତ ଦେବା ପାଇଁ ଦାବି କରାଯାଇଛି । ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଖୁଣ୍ଟୁଣୀ ସ୍ଥିତ ମାହେଶ୍ୱରୀ ଇସ୍ପାତ କାରଖାନାକୁ ବନ୍ଦ କରିଦେଇ ଏହାକୁ ବି.କେ.ଷ୍ଟିଲ୍ ନାମକ ଏକ ଘରୋଇ କମ୍ପାନୀ ହାତକୁ ଟେକିଦେବା ଫଳରେ ଏଠାରେ ୮ ଶହରୁ ଉର୍ଦ୍ଧ୍ବ ଶ୍ରମିକ ମାନେ ସେମାନଙ୍କର ପ୍ରାପ୍ୟ ପାଇ ପାରିନାହାନ୍ତି । 
ଶ୍ରମିକ ସଂଗଠନ ପକ୍ଷରୁ ଏଥିପାଇଁ ନ୍ୟାୟାଳୟର ଆଶ୍ରୟ ନିଆଯାଇ ଥିଲା । ମାନ୍ୟବର କୋର୍ଟ ଶ୍ରମିକ ମାନଙ୍କର ଆବେଦନ ଗ୍ରହଣ କରି ତୁରନ୍ତ ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର କୋର୍ଟର ନିର୍ଦ୍ଦେଶକୁ କମ୍ପାନୀ କାର୍ଯ୍ୟକାରୀ କରୁ ନାହାନ୍ତି । ଶ୍ରମ ବିଭାଗର ସ୍ଥାଣୁତା, ନିଷ୍କ୍ରିୟତା ଏବଂ କମ୍ପାନୀ ପ୍ରୀତି କରୁଛନ୍ତି ବୋଲି ସଂଘର ସଭାପତି ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଗୁରୁତର ଅଭିଯୋଗ କରିଛନ୍ତି । ତେଣୁ ସରକାରଙ୍କର ଶ୍ରମ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରମିକ ସଂଗଠନ ପକ୍ଷରୁ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପାଖରେ ଆଲୋଚନା କରି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । 

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଉପ-ସାଧାରଣ ସମ୍ପାଦକ ତଥା ଉକ୍ତ ସଂଘର ସଭାପତି ଶାନ୍ତନୁ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଚଣ୍ଡୀ ପ୍ରସାଦ ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଦିପକ ମହାପାତ୍ର, ସରୋଜ ଦାସ, ପ୍ରଦୀପ କୁମାର ସୁବୁଦ୍ଧି, ଭାରତୀୟ ମଜଦୁର ସଂଘ ରାଜ୍ୟ କମିଟି ସଦସ୍ୟ ମୁକ୍ତିକାନ୍ତ ସାହୁ, କଟକ ଜିଲ୍ଲା ଉପସଭାପତି ଅଶୋକ କୁମାର ସାହୁ, ଜ୍ୟୋତ୍ସ୍ନା ରାଣୀ ସିଂ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।
ସେୟାର କରନ୍ତୁ

Next Post

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ

Wed Jun 21 , 2023
ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେୟାର କରନ୍ତୁ

You May Like

Pin It on Pinterest