ଜଗନ୍ନାଥଙ୍କ ବିନା ସୃଷ୍ଟି ଅସମ୍ଭବ :ବିଧାୟକ ସୌଭିକ ବିଶ୍ଵାଳ….

କଟକ୨୨।୦୬(ନି.ପ୍ର):ପବିତ୍ର ରଥଯାତ୍ରା ଅବସରରେ ମହାନଦୀ ବିହାର ସ୍ଥିତ ମଙ୍ଗଳା ଛକ ଠାରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ଆନୁକୁଲ୍ୟରେ ଆଠ ଦିନ ଧରି ଆୟୋଜିତ ହେଉଥିବା ସାଂସ୍କୃତିକ ଉତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଟିତ ହୋଇଯାଇଛି ।

ପ୍ରାମ୍ଭରରେ ଶିଖରପୁରର ଅଗ୍ରଣୀ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠାନ ଓମ ସାଇ କଳକେନ୍ଦ୍ରର ସମ୍ପାଦିକା ପୁଷ୍ପିତା ମିଶ୍ରଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କମିଟିର ଆବାହକ ସଞ୍ଜୟ ଜେନାଙ୍କ ନେତୃତ୍ୱରେ ତୃତୀୟ ସନ୍ଧ୍ୟାରେ ଚୌଦ୍ଵାର କଟକର ବିଧାୟକ ସୌଭିକ ବିଶ୍ଵାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିନା ସୃଷ୍ଟିର ସର୍ଜନା ଅସମ୍ଭବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ କଟକ ଡିସିପି ପିନାକ ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ଭାଗିରଥି ସାମଲ, ଏମଡିଏ ଉପଦେଷ୍ଟା ରବିନାରାୟଣ ଶତପଥୀ, ସଭାପତି ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ ଏବଂ ଡାକ୍ତର ଶିବ ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ଵିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କୁ କମିଟି ତରଫରୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଏବଂ ତୁଳସୀ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜି ସନ୍ଧ୍ୟାରେ ବିଶିଷ୍ଟ ପ୍ରବଚକ ଇଂପାର୍ଥ ସାରଥି ମହାନ୍ତି କାଳିଆର ବିଚିତ୍ର ଲୀଳା ଉପରେ ଭକ୍ତ ବୃନ୍ଦଙ୍କୁ ରସ ପାନ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର କୁଣ୍ଡୁ, ରାଧାକାନ୍ତ ଶତପଥୀ, ଇନ୍ଦୁ ଦାସ, ରବୀନ୍ଦ୍ରନାଥ ତ୍ରିପାଠୀ, ପ୍ରହ୍ଲାଦ ମହାନ୍ତି, ଶରତ ଚନ୍ଦ୍ର ଦାସ, ଦେଶରାଜ ନନ୍ଦ, ବରଦା ପ୍ରସାଦ ନାୟକ, ପ୍ରଦୀପ୍ତ କୁମାର ମହାନ୍ତି, ଅଭୟ ପରିଜା, ଲେନିନ ପ୍ରଭା, ରାକେଶ ତ୍ରିପାଠୀ, ସୁଶାନ୍ତ ଘୋଷ, ନିରୁପମା ପତିଙ୍କ ସମେତ ବହୁ କର୍ମକର୍ତା ଓ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସୁଜିତ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ହୁଆଇଟ କାନଭାସର ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ବେଉରାଙ୍କ ନେତୃତ୍ୱରେ ମଞ୍ଚ ପରିଚାଳନା କରାଯାଇଥିଲା ।

ସେୟାର କରନ୍ତୁ

Next Post

ହ୍ୱାଇଟ ହାଉସରେ ମୋଦିଙ୍କ ଭବ୍ୟ ସ୍ୱାଗତ...

Thu Jun 22 , 2023
ବାସ୍ତବ ବ୍ୟୁରୋ: ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ। ଦୁଇ ଦେଶର ଜାତୀୟ ସଂଗୀତ ସହ ୧୯ ତୋପ ସଲାମୀ ଦ୍ୱାରା ମୋଦିଙ୍କୁ ହ୍ୱାଇଟ ହାଉସରେ ସ୍ୱାଗତ କରାଯାଇଛି। ହ୍ୱାଇଟ ହାଉସ୍‌ରେ ମୋଦିଙ୍କୁ ସ୍ୱାଗତ କରି ବାଇଡେନ କହିଛନ୍ତି, “ଆମେ ଏକାଠି ଅନେକ ସମୟ ବିତାଇଛୁ। ମୁଁ ଉପ […]

You May Like

Pin It on Pinterest