
ସଂଜୟ ଶତପଥୀ(କଟକ): କଟକ ର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ସଭାଗୃହରେ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡର କର୍ପୋରେଟର ଶ୍ରୀ ଅଶୋକ ଶର୍ମା ଓ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବହୁତ ଦିନ ଧରି ମହାନଗର ନିଗମ ଦ୍ବାରା ଉପେକ୍ଷିତ ପ୍ରକୃତ ହିତାଧିକାରୀମାନଙ୍କୁ ଭତ୍ତା ସମ୍ବଦ୍ଧୀୟ କାଗଜପତ୍ର ଓ ଭତ୍ତା ପୁସ୍ତକ ବଣ୍ଟନ କରାଯାଇଛି।
ବିଗତ ଦିନରେ କଟକ ମହାନଗର ନିଗମରେ ଭୂତ ଭତ୍ତା ଟଙ୍କା ଖାଇବା ଓ ପ୍ରକୃତ ହିତାଧିକାରୀମାନେ ସେମାନଙ୍କର ନ୍ୟାଯ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେବା ସାଧାରଣରେ ଚର୍ଚ୍ଚା ହେବା ବିଷୟକୁ ନେଇ କଟକ ମହାନଗର ନିଗମର ୨୧ ନମ୍ବର ଓ୍ବାର୍ଡ କର୍ପୋରେଟର ଶ୍ରୀ ଅଶୋକ ଶର୍ମା ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇ ଭତ୍ତା ଅର୍ଥ ଖାଉଥିବା ଭୂତମାନଙ୍କର କାର୍ଡ କୁ ରଦ୍ଦ କରିବା ସହ ନୂତନ ଭାବେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆଜି କାର୍ଡ ବଣ୍ଟନ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି ରେ ସମାପନ କରିଛନ୍ତି। ଭୂତ-ଭତ୍ତା ଟଙ୍କା ହଡ଼ପକାରୀଙ୍କ ବିରୁଦ୍ଧରେ ପ୍ରଥମରେ ଆରମ୍ଭ ଏହି ଅଭିଯାନ ଲାଗି କର୍ପୋରେଟର ଶ୍ରୀ ଶର୍ମା ଙ୍କୁ ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।
ଶ୍ରୀ ଶର୍ମା ଆଗାମୀ ଦିନରେ ଆର୍ଥିକ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ଏହି ଭତ୍ତା ଟଙ୍କା ହଡ଼ପ କରିଥିବା ଓ କରୁଥୂବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପ୍ରଶାସନ କୁ ଅନୁରୋଧ କରାଯିବା ସହ ୨୧ ନମ୍ବର ଓ୍ବାର୍ଡ ରେ ଥିବା ଜାଲ୍ ବି.ପି.ଏଲ୍ କାର୍ଡ ଧାରୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର କାର୍ଡ ରଦ୍ଦ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ୟକ୍ତିଗତ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୂଖ୍ୟ ଆକର୍ଷଣ ଥିଲା ଯେ ମାନନୀୟ କର୍ପୁର ଶ୍ରୀ ଅଶୋକ ଶର୍ମା ଙ୍କ ଦ୍ଵାରା ଦୁଇଜଣ ମାନସିକ ଅନଗ୍ରସର ଛୋଟ ପିଲା ସୁଶ୍ରୀ ହିମାନୀ ମହାପାତ୍ର ଓ ଶ୍ରୀ ଅଭୟ କୁମାର ଦାସ ଙ୍କୁ ଭତ୍ତା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ସହ ବିଜୁ ଜନତା ଦଳର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀ ଅନୀଲ କୁମାର ନାୟକ, ଶ୍ରୀ ମଧୂସୁଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



