ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଆସିଲା ଚିଠି

 ବାସ୍ତବ ବ୍ୟୁରୋ: ଗତ ୨୪ ତାରିଖ ଦିନ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଲିଖିତ ଅଭିଯୋଗ ଓ ତଥ୍ୟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ରୂପେଶ କୁମାରଙ୍କ ଦ୍ୱାରା ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ଉଲ୍ଲେଖ ରହିଛି। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ ବୋଲି ଉଲ୍ଲେଖ କରାଯାଇଛି।

କେନ୍ଦ୍ରର ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି (ମଙ୍ଗଳବାର) ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି। ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି।

  ତେବେ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ଓ ସରକାର ଏବେ ଫାଇଭ-ଟି ସଚିବଙ୍କ ନିୟନ୍ତ୍ରଣରେ ଥିବାବେଳେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଏଭଳି ନିର୍ଦ୍ଦେଶକୁ ରାଜ୍ୟ ସରକାର କିଭଳି ଢଙ୍ଗରେ ପାଳୁଛନ୍ତି ତାକୁ ନେଇ ପ୍ରଶାସନିକ ଓ ରାଜନୀତିକ ମହଲରେ ଚର୍ଚ୍ଚା ।

ସେୟାର କରନ୍ତୁ

Next Post

ଜୁଲାଇ ୩ରୁ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା...

Tue Jun 27 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ଜୁଲାଇ ୩ରୁ ୮ ତାରିଖ ଯାଏଁ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.inରୁ ପାଇପାରିବେ। ଏନେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୩୧୧ ମାଟ୍ରିକ୍‌ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସମେତ ୮୧୯୫ ଜଣ ଷ୍ଟେଟ୍‌ ଓପନ […]

You May Like

Pin It on Pinterest