ବଦଳିଲା ପାଣିପାଗ, ବଢ଼ିଲା ଦରଦାମ। ଆକାଶଛୁଆଁ ଟମାଟୋ ଦର:ଖାଉଟି ମଧ୍ୟରେ ଅସନ୍ତୋଷ

ବାସ୍ତବ ବ୍ୟୁରୋ: ଗରମ ଯୋଗୁଁ ଟମାଟୋ ପଚିଯାଇ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା ଆଉ ଏବେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଆବଶ୍ୟକ ମୁତାବକ ଉତ୍ପାଦନ ହୋଇପାରୁନି । ତେଣୁ ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ବ୍ୟବସାୟୀଠୁ ନେଇ ଖାଉଟି, ଗ୍ରାହକ ସମସ୍ତେ ଦରଦାର ବୃଦ୍ଧି ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଏହା ମଧ୍ୟ ବର୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସପାଉଛି । ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ମଧ୍ୟ ବର୍ଷାରେ ନଷ୍ଟ ହୋଇଯାଇଛି ।

ଦେଶରେ ସବୁଠୁ ଅଧିକ ଟମାଟୋ ଉତ୍ପାଦନ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ହୋଇଥାଏ । କିନ୍ତୁ ମୌସୁମୀ ଆସୁ ଆସୁ ଏହି ସବୁ ରାଜ୍ୟରେ ବନ୍ୟା ସମସ୍ୟା ଦେଖାଦେଇଛି । ତେଣୁ ଏଠାରେ ଉତ୍ପାଦନ ହ୍ରାସ ପାଉଥିବା କୁହାଯାଉଛି ।

ସେୟାର କରନ୍ତୁ

Next Post

ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲା ମାଆ....

Wed Jun 28 , 2023
ବ୍ରଜବିହାରୀ ଶଢଙ୍ଗୀ(ଞ୍ଜନଗର): ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମା ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବାଲିପଦର ନିକଟ ପୋଚାଲୁଣ୍ଡି ଗ୍ରାମରେ l ପରିବାର ଲୋକେ କହିବା ଅନୁସାରେ ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋଇ ମନ୍ଦାର ଗ୍ରାମର ଆରତୀ ବିଶୋଇ (23)ଙ୍କୁ ବୈଦେହିକ ନୀତିରୀତିରେ ଗତ ତିନିବର୍ଷ ହେବ ବିହାହ କରିଥିଲେ l ବିବାହର କିଛି […]

You May Like

Pin It on Pinterest