
ବ୍ରଜବିହାରୀ ଶଢଙ୍ଗୀ(ଞ୍ଜନଗର): ପାରିବାରିକ କଳହକୁ କେନ୍ଦ୍ରକରି ଦେଢ଼ ବର୍ଷର ଶିଶୁକୁ ବିଷଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କଲା ମା ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବାଲିପଦର ନିକଟ ପୋଚାଲୁଣ୍ଡି ଗ୍ରାମରେ l ପରିବାର ଲୋକେ କହିବା ଅନୁସାରେ ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ବିଶୋଇ ମନ୍ଦାର ଗ୍ରାମର ଆରତୀ ବିଶୋଇ (23)ଙ୍କୁ ବୈଦେହିକ ନୀତିରୀତିରେ ଗତ ତିନିବର୍ଷ ହେବ ବିହାହ କରିଥିଲେ l ବିବାହର କିଛି ଦିନ ପରେ l କୃଷ୍ଣ କଟକରେ ଏକ ପାଉଁରୁଟି ଫେକ୍ଟରୀ କରି ସେଠାରେ ରହି ଆସୁଥିଲେ l
ବେଳେବେଳେ କୃଷ୍ଣ ନିଜ ଗ୍ରାମ ପୋଚାଲୁଣ୍ଡି ଆସି ଘରେ ଥିବା ବିଧବା ମା ଓ ସ୍ତ୍ରୀ ଙ୍କୁ ଦେଖା କରି ଫେରି ଯାଉଥିଲେ l କିନ୍ତୁ ଗତକାଲି କୃଷ୍ଣ ଗ୍ରାମକୁ ଆସିଥିଲେ ଦିନସାରା ପରିବାର ଲୋକଙ୍କ ସହିତ ହସଖୁସିରେ ଦିନ କାଟିଥିଲେ l ଗତ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ସହ ଝଗଡା ସୃଷ୍ଟି ହୋଇଥିଲା l ସେଥିରେ ସ୍ତ୍ରୀ ଆରତୀ ଘରେ ଥିବା କୀଟନାଶକ ପ୍ରଥମେ ତାଙ୍କର ଦେଢ଼ ବର୍ଷର ଶିଶୁ କନ୍ୟା (ଦିଶାଙ୍ଗିନୀ ବିଶୋଇ )ପିଆଇ ନିଜେ ବିଷ ପିଇ ଦେଇଥିଲେ l କିଛି ସମୟ ବ୍ୟବଧାନରେ ସ୍ୱାମୀ କୃଷ୍ଣ ଚନ୍ଦ୍ର ଜାଣିବା ପରେ ସ୍ତ୍ରୀ ଆରତୀକୁ ସ୍ଥାନୀୟ ବଳିପଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ସେଠାରେ ଆରତୀଙ୍କ ସ୍ୱାସ୍ଥ୍ୟବସ୍ତା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ l ଯିବା ରାସ୍ତାରେ ହିଁ ଆରତୀ ଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଥିଲା l ଅନ୍ୟପଟେ ଖବର ପାଇଁ ଆରତୀଙ୍କ ପରିବାର ଲୋକେ ପୋଚାଲୁଣ୍ଡି ଗ୍ରାମରେ ପହଞ୍ଚି ଶୁଶୁଟିକୁ ଉଠାଇ ଦେଖିଲା ବେଳେ ଶିଶୁଟି ମଧ୍ୟ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ lଘଟଣା ସ୍ଥଳରେ ବାଲିପଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଏଭଳି ଦୁଖଦଃ ଘଟଣା ରେ ପୋଚାଲୁଣ୍ଡି ଗ୍ରାମରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି l