ରଥଉପରେ ମହାପ୍ରଭୁଙ୍କ ସୁନାବେଶ…

ବାସ୍ତବ ବ୍ୟୁରୋ: ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବ୍ୟାରିକେଡରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ସୁନାବେଶ ପାଇଁ ସନ୍ଧ୍ୟା ୫ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ‌ଶ୍ରୀଜିଉମାନଙ୍କୁ ଏହି ବେଶ କରିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଆଜି ବିଳମ୍ବିତ ରାତି ଯାଏଁ ଶ୍ରୀଜିଉମା‌ନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ରତ୍ନବେଦିରେ ବିଭିନ୍ନ ସମୟରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେଉଛନ୍ତି ଦର୍ଶନ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହୋଇଛନ୍ତି ଆଭୂଷିତ।

ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ।

ସେୟାର କରନ୍ତୁ

Next Post

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ

Fri Jun 30 , 2023
ବାସ୍ତବ ବ୍ୟୁରୋ : ଭାଇରାଲ ହେଲା ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା ଥିବା ବେଳେ ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର […]

You May Like

Pin It on Pinterest