
ବାସ୍ତବ ବ୍ୟୁରୋ : ଭାଇରାଲ ହେଲା ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା ଥିବା ବେଳେ ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ହାତଲେଖାର ଏହି ପ୍ରଶ୍ନପତ୍ର, ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଏହା ଏବେ ଘୁରି ବୁଲୁଛି ।
ଓଟିଇଟି ପେପର-୧ ୨୦୨୩ର ଲେଖାଥିବା ସାତ ପୃଷ୍ଠାର ପ୍ରଶ୍ନପତ୍ର ଏବେ ହ୍ୱାଟସପ୍ ରୁ ହ୍ୱାଟସପ୍ ଘୁରି ବୁଲୁଛି । ବାସ୍ତବରେ ଏହା ସତରେ ଓଟିଇଟି ପ୍ରଶ୍ନପତ୍ରର ହାତଲେଖା ନା ନାହିଁ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । । ଏନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।