
ତିର୍ତ୍ତୋଲ:- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଲୋକପ୍ରିୟ ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗତକାଲି ସନ୍ଧ୍ୟାରେ ବ୍ଲକ ପରିସରରେ ଅଧ୍ୟକ୍ଷ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କରାଯାଇଥିଲା ।
ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଉପାଧ୍ୟକ୍ଷା ସୁଜାତା ମହାନ୍ତି,ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ,ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶୁଭ୍ରଜ୍ୟୋତି ମହାନ୍ତି,ଏରସମା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ,ରଘୁନାଥପୁର ବିଡ଼ିଓ ତପନ କୁମାର ସେନାପତି, ଜଗତସିଂହପୁର ପିଡି ଡିଆରଡିଏ, ଏଡିଏମ ଚିନ୍ମୟୀ ବିଶ୍ୱାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅବସରପ୍ରାପ୍ତ ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ କାର୍ଯ୍ୟ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାକୁ ଏବିଡ଼ିଓ ସତ୍ୟଜିତ ସ୍ୱାଇଁ ପରିଚାଳନା କରିଥିଲେ |
ତିର୍ତ୍ତୋଲ ବ୍ଲକର ସମସ୍ତ ପିଆରଆଇ ମେମ୍ବର, ସରପଞ୍ଚ,ସମସ୍ତ କର୍ମଚାରୀ ବିଡିଓଙ୍କୁ ଭାବପୁର୍ଣ୍ଣ ବିଦାୟୀ ଦେଇଥିଲେ।୩ ବର୍ଷରୁ ଉର୍ଦ୍ଧ ସମୟ ଧରି ତିର୍ତ୍ତୋଲ ବ୍ଲକରେ ଦକ୍ଷତାର ସହ କାମ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶତାଧିକ ଲୋକ ଯୋଗଦେଇ ବିଡିଓଙ୍କ ନିରୋଗ ଏବଂ ସୁଖମୟ ଜୀବନ କାମନା କରିଥିଲେ।



