
ବରଗଡ(ନବୀନ ଦାଶ): ବରଗଡ଼ ଜିଲ୍ଲା ଅତାବିରା ମଧ୍ୟଦେଇ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ଲୁହୁରା ଚଟି-ସମ୍ବଲପୁର ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ରାଜରାସ୍ତାରେ ନିଇତି ଛୋଟ ବଡ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ମୁଣ୍ଡ ପରେ ମୁଣ୍ଡ ଗଡି ମୂଲ୍ୟବାନ ଜନ ଜୀବନ ନଷ୍ଟ ହେବାରେ ଲାଗିଛି।
ଏହି ରାସ୍ତା ଟି ବ୍ୟସ୍ତ ବହୁଳ ହେବା ସହ ଟ୍ରାଫିକ ସମସ୍ୟା ରେ ଜର୍ଜରିତ ହୋଇ ରାଜପଥରେ ସବୁ ବେଳେ ରକ୍ତ ଛିଟା ଲାଗୁଛି ।
ଆଜି ଦିନ ଦ୍ବିପହରରେ ଏକ ମର୍ମନ୍ତୁଦ ଘଟଣା ।ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ରୁ ଝାଉଁ ଯୋର ମଝିରେ, ସମ୍ବଲପୁର – ବରଗଡ଼ ୱେ ରାଜରାସ୍ତା ରେ ଲାଗିଥିବା ଭଙ୍ଗା ଦଦରା ଲୁହା ବେରିକେଟରେ ବାଡେଇ ହୋଇ ମୃତ୍ୟୁ ବରଣ କରିଛି ଏକ ଯୁବକ ।
ସୂଚନା ଯୋଗ୍ୟ ଯେ ଭେଡେନ ଥାନା ଅନ୍ତର୍ଗତ ଥୁଆପାଲି ଝରା ପାଲି ସୁରେଶ ଗୁରୁ ଡାକ ନାଁ କୁର୍ କୁରୁ ସମ୍ବଲପୁର ରୁ ବରଗଡ଼ ଅଭିମୁଖେ ରାଜରାସ୍ତାରେ ଯିବା ସମୟରେ, ଉକ୍ତ ରାସ୍ତା ରେ ଥିବା ଝାଉଁଯୋର ମଝି ରାସ୍ତା ରେ ଲାଗିଥିବା ଲୁହା ବେରିକେଟ୍ ରେ ଏକ ଟିଭି ଏସ ସ୍କୁଟି ଓଆର୍ ୧୪ ପି ୬୪୮୪ ଦୃତ ଗତିରେ ବାଡେଇ ବେରିକେଟ ର ଲୁହା ଏଙ୍ଗଲ ଛାତିରେ ସାମ୍ନା ପଟୁ ପଶି ପଛ ପଟେ ବାହାରି ଯାଇଥିବା ଲୋକେ କହନ୍ତି।
ରାସ୍ତାରେ ଯିବା ଆସିବା କରୁଥିବା ତଥା ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଯୋଗେ ଅତାବିରା ସରକାରୀ ଡାକ୍ତର ଖାନା କୁ ପହଞ୍ଚାଇ ଥିଲେ ହେଁ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଥା ସରକାର ବାହାଦୂର ଦୃଷ୍ଟି ଦେଇ ରାଜରାସ୍ତା ରୁ ଭଙ୍ଗା ଦଦରା ବେରିକେଟ କୁ ହଟାଇ ରାଜରାସ୍ତାକୁ ତ୍ରୁଟି ମୁକ୍ତ ତଥା ବିପଦ ମୁକ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ବରଗଡ ଅତାବିରାରୁ ନବୀନ ଦାଶ ଙ୍କ ରିପୋର୍ଟ ବାସ୍ତବ ଟିଭି ।