
ଦଶପଲ୍ଲା : ମାଟିତଳୁ ବାହାରିବ ଗଦା ଗଦା ସୁନା ଓ ବହୁତ ବଡ ସୁନା କଳସ । ଏଇ ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା ଓ ତନ୍ତ୍ର ମନ୍ତ୍ର ଗୁଣି ଗାରେଡି । କାଳେଶିକଂ ନିର୍ଦ୍ଦେଶ କ୍ରମେ ଦିଆଗଲା ବୋଦା ଓ କୁକୁଡ଼ା ବଳୀ । ଏହାପରେ ଆରମ୍ଭ ହେଲା ସୁନା ଓ ସୁନା କଳସ ପାଇଁ ଖୋଳତାଡ । ହେଲେ ଏଭଳି ଅନ୍ଧ ବିଶ୍ବାସ ପୂର୍ଣ୍ଣ କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ ।
ବର୍ତ୍ତମାନ ଫାଇବ୍ ଜି ଯୁଗରେ, ଏଭଳି ଏକ ଅଭାବନୀୟ ଓ ଅନ୍ଧ ବିଶ୍ବାସ ପୂର୍ଣ୍ଣ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍,ବାଣିଗୋଛା ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ,ମିଟିଗାଡୁ ଗାଁରେ । ପ୍ରାପ୍ତ ସୂଚନା ଅନୁସାରେ ମିଟିଗାଡୁ ଗ୍ରାମର ରତ୍ନାକର ଜାନୀ ସୁନା କଳସ ଓ ସୁନା ଲୋଭରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଶଠ ପ୍ରକୃତିର ଗୁଣିଆ କଂ ପ୍ରରୋଚନାରେ ପଡି ସୁନା ଓ ସୁନା କଳସ ଲୋଭରେ ଗାଁ ପାଖ ଜଂଗଲରେ ଥିବା ବରଗଛ ମୂଳରେ ପୂଜାର୍ଚ୍ଚନା, ବଳୀଭୋଗ ପରେ ଖୋଲାଖୋଲି ଆରମ୍ଭ କରିଥିଲେ କିନ୍ତୁ ସେହି ଗ୍ରାମର କିଛି ଚିନ୍ତାଶିଳ ବ୍ୟକ୍ତି ଏଭଳି ଅନ୍ଧ ବିଶ୍ବାସ ପୂର୍ଣ୍ଣ କାର୍ଯ୍ଯକୁ ବିରୋଧ କରିଥିଲେ କିନ୍ତୁ ରତ୍ନାକର ଗ୍ରାମବାସୀ କଂ କଥାକୁ ଅବମାନନା କରିବା ଫଳରେ ଗ୍ରାମବାସୀମାନେ, ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବାଣିଗୋଛା ଭାରପ୍ରାପ୍ତ ଥାନାଧିକାରୀ ଗୁରୁତ୍ତର ସହ ନେଇ ନିରପେକ୍ଷ ତଦନ୍ତ ଜାରି ରଖୁଛନ୍ତି ।