ମାଡି ଚାଲିଛି ଆଖିଧରା ରୋଗ

ବାସ୍ତବ ବ୍ୟୁରୋ: ସମଗ୍ର ରାଜ୍ୟରେ ଜୋରରେ ମାଡି ଚାଲିଛି ଆଖିଧରା ରୋଗ । ବିଶେଷ କରି ବିଦ୍ୟାଳୟ ଗୁଡିକ କେମିତି ଆଖିଧରା ରୋଗ ସଂକ୍ରମଣର ହଟସ୍ପଟ୍ ପାଲଟିଛି । ଏମାନେ ହେଉଛନ୍ତି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୫୩ ଜଣ ଛାତ୍ର ଆଖି ଧରା ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଧାଡି ହୋଇ ଛିଡା ହୋଇଛନ୍ତି । କାହାର ଆଖି ଲାଲ ପଡିଛି, ତ ଆଉ କାହାର ଆଖି ଫୁଲି ଯାଇଛି । ଏତେ ସଂଖ୍ୟାରେ ପିଲା ଆଖିଧରାରେ ସଂକ୍ରମିତ ହେବା ପରେ, ସତର୍କ ହୋଇଛନ୍ତି କର୍ତୁପକ୍ଷ ଓ ଅଭିଭାବକ ।

ମେଡିକାଲ କର୍ତୁପକ୍ଷଙ୍କ ସୂଚନା ଅନୁସାରେ ଆଖି ଧରା ରୋଗରେ ଆକ୍ରାନ୍ତ ହୋଇ ପ୍ରତ୍ୟକ ଦିନ ବହୁ ଲୋକ ହସ୍ପିଟାଲକୁ ଚିକିିତ୍ସା ପାଇଁ ଆସୁଛନ୍ତି । ଅନ୍ୟପଟେ ଆଖିଧରା ଯୋଗୁଁ ସ୍କୁଲରେ ଉପସ୍ଥାନ ସଂଖ୍ୟା କମିବାରେ ଲାଗିିଛି ।

ରାଜ୍ୟର ଅଧିକାଂଶ ଅଂଚଳରେ ଆଖିଧରା ରୋଗ ମାଡିବା ପରେ, ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ମାର୍ଗଦର୍ଶିକାରେ କୁହାଯାଇଛି,
ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା..
– ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରନ୍ତୁ ନାହିଁ
– ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ବ୍ୟବହାର କରନ୍ତୁ ନାହିଁ
– ନିଜର ଚଷମା ନିୟମିତ ସଫା କରନ୍ତୁ
– ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
– ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
– ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ
– ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ
– ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ

ଆଖିଧରା ଏକ ଡିଆଁରୋଗ ହୋଇଥିବାରୁ, ପରିବାରର ଜଣେ ସଂକ୍ରମିତ ହେଲେ ଅନ୍ୟମାନେ ସଂକ୍ରମିତ ହେଉଛନ୍ତି । କିନ୍ତୁ ରୋଗୀର ଆଖିକୁ ଚାହିଁଲେ ଆଖିଧରା ରୋଗ ବ୍ୟାପିନଥାଏ ବୋଲି କହିଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ   ।

ସେୟାର କରନ୍ତୁ

Next Post

କାଞ୍ଜିଆହୁଦାରୁ ଅବାଧରେ ଗୋ-ଚାଲାଣ, ନୀରବଦ୍ରଷ୍ଟା ସାଜିଛି କଟକ ମହାନଗର ନିଗମ....

Fri Jul 7 , 2023
ସଂଜୟ ଶତପଥୀ(କଟକ): ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ,ରାସ୍ତାରେ ବୁଲୁଥିବା ଗାଈଗୋରୁ ମାନଙ୍କୁ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ହୋଇଥୂବା କର୍ମଚାରୀମାନେ ଧରି କଟକ ସତୀଚୈ।ରାସ୍ଥିତ କାଞ୍ଜିଆହୁଦାରେ ରଖିଥାଆନ୍ତି, ଏବଂ ସରକାରୀ ନିୟମ ଅନୁଯାୟୀ ଘରୋଇ ଗାଈଗୋରୁମାନଙ୍କ ମାଲିକ ମାନଙ୍କ ଠାରୁ ରସିଦ୍ ଦେଇ ଜୋରିମାନା ଆଦାୟ କରି ଗାଈ କୁ ଛାଡିଦିଅନ୍ତି। କିନ୍ତୁ ସଂପ୍ରତି ଏହି କାଞ୍ଜିଆହୁଦାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। କାଞ୍ଜିଆହୁଦାର କର୍ମଚାରୀମାନେ ବିନା ରସିଦରେ […]

You May Like

Pin It on Pinterest