ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସର ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର,୩୨ ୟୁନିଟ ରକ୍ତ ସଂଗ୍ରହ….

ବରଗଡ଼(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ-୯ ଲାଦେର ପାଲି ବସ୍ତି ସ୍ଥିତ ଆଇଓ ସିଏଲ୍ କଲ୍ୟାଣ ମଣ୍ଡପ ଠାରେ ଗ୍ରାମର ସ୍ବର୍ଗତ ବିବେକାନନ୍ଦ ଗଡତିଆ ଙ୍କ ସ୍ମୃତି ଅବସରରେ ଲାଦେର ପାଲି ଯୁବ ସମାଜ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର ରେ ଗ୍ରାମର ଯୁବ ତଥା ପୁରୁଷ ମାନଙ୍କ ସହ ୪ଜଣ ମହିଳା ନନ୍ଦିନୀ ଗଡତିଆ,ବବ୍ ଲି ଗଡତିଆ,ରିତିକା ଗଡତିଆ ,ମୀନାକ୍ଷୀ ଗଡତିଆ ପ୍ରମୁଖ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ସ୍ବର୍ଗତ ଗଡତିଆ ସ୍ମୃତି ଚାରଣ କରିଥଲେ।ବୁର୍ଲା ରକ୍ତ ଭଣ୍ଡାର ର ଡ.ଦେବଲୀନା ପ୍ରଧାନ, ଲାଲୁ ବିଶ୍ୱାସ,ପଦ୍ମିନୀ ଶତପଥି,ଗଣେଶ ପ୍ରଧାନ,ପ୍ରମୋଦ କର ଙ୍କ ଦ୍ଵାରା ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପରିଶେଷ ରେ ଯୁବ ସମାଜ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତ ଦାତା ମାନଙ୍କୁ ଅଶେଷ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।

ସେୟାର କରନ୍ତୁ

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Mon Jul 10 , 2023
ବାସ୍ତବ ବ୍ୟୁରୋ: ମୌସୁମୀ ନିମ୍ନ ଚାପ ରେଖା ଆଜି (ସୋମବାର) ରାଜସ୍ଥାନର ବିକେନାରରୁ ବାହାରି, ଉତ୍ତର-ପୂର୍ବ ରାଜସ୍ଥାନ ଉପରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଲକ୍ଷ୍ନୌ, ବିହାରର ପାଟନାରୁ ପୂର୍ବଦିଗରେ ମଣିପୁର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରେ ୩.୧ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]

You May Like

Pin It on Pinterest