୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବାସ୍ତବ ବ୍ୟୁରୋ: ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଜଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦା ଦେଇ ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି ଏବଂ ଏହା ବାୟୁମଣ୍ଡଳରେ ୦.୯ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ବୁଧବାର ଅପରାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୬ଟି ଜିଲ୍ଲାରେ ଏହି ସମୟ ଅବଧି ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପରିକି ସ୍ଥଳ ବିଶେଷରେ ବର୍ଷାର ପରିମାଣ ୭ରୁ ୧୧ ମିମି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ।

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ମଙ୍ଗଳବାର) ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି।

ସେୟାର କରନ୍ତୁ

Next Post

ନେପାଳରେ କ୍ରାଶ୍‌ ହୋଇଗଲା ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର

Tue Jul 11 , 2023
ବାସ୍ତବ ବ୍ୟୁରୋ: ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା। ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶୀ […]

You May Like

Pin It on Pinterest