ଆସନ୍ତା କଲିଠାରୁ ପ୍ରବଳ ବର୍ଷା,୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ…

ପ୍ରମୋଦ ନାୟକ(ଭୁବନେଶ୍ବର): କ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୧୮ ତାରିଖ ଦିନ ବର୍ଷାର ଆଉ କିଛି ଅଧିକ ଜିଲ୍ଲାକୁ ଛୁଇଁବାର ସମ୍ଭାବନା ।

ପାଣିପାଗ କେନ୍ଦ୍ରର ପକ୍ଷରୁ କୁହାଯାଇଛି କି, ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ବିକେନାର୍‌ରୁ ବାହାରି ଆଲାୱାର୍, ଗ୍ବାଲିୟର୍‌, ସିଦ୍ଧି, ଡାଲ୍‌ଟନ୍‌ଗଞ୍ଜ ଓ ପଶ୍ଚିମବଙ୍ଗର ଶାନ୍ତ ନିକେତନରୁ ପୂର୍ବ ଦିଗରେ ଦକ୍ଷିଣ ମିଜୋରାମ୍‌ ଯାଏ ଲମ୍ବିଛି। ଏହା ବାୟୁମଣ୍ଡଳର ୦.୯ କିମି ଯାଏ ବ୍ୟାପିଛି। ଏଥିସହ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ୧୬ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁର ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖରେ ମଧ୍ୟ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖ ଦିନ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ସେହିଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୧.୧ ମିମି ତୁଳନାରେ ୫୯% କମ୍‌।

ଗତକାଲି(ଶୁକ୍ରବାର) ରାଜ୍ୟର ସର୍ବାଧିକ ବର୍ଷା ଢେଙ୍କାନାଳଠାରେ ୫୮ ମିମି ବର୍ଷା ହୋଇଛି। ଏଥିସହ ହୀରାକୁଦରେ ୨୫ ମିମି, ବରଗଡ଼ରେ ୨୨.୨ ମିମି ଓ କଟକରେ ୧୮.୪ ମିମି ବର୍ଷା ହୋଇଯାଇଛି। ଆଜି ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ୮.୯ ମିମି ବର୍ଷା ରେକର୍ଡ କରାଯାଇଛି।ଆଜି (ଶନିବାର)ରାଜଧାନୀ ଭୁବନେଶ୍ବରର ପାଗ ମେଘୁଆ ରହିବା ସହ,ସକାଳୁ ବର୍ଷା ଲାଗି ରହିଛି।

ସେୟାର କରନ୍ତୁ

Next Post

ଆମେରିକାରେ ଶକ୍ତିଶାଳୀ ଭୂକମ୍ପ

Sun Jul 16 , 2023
ବାସ୍ତବ ବ୍ୟୁରୋ: ଆମେରିକାର ଆଲାସ୍କା ପେନିଞ୍ଜୁଲା ଅଞ୍ଚଳରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଭୂକମ୍ପ ପରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁନାମି ଆର୍ଲଟ କରାଯାଇଛି। ମାର୍ଚ୍ଚ 1964 ରେ ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଅନୁଭୂତ ହୋଇଥିଲା। ଏହା ସବୁଠୁ ଭାୟାନକ ଥିଲା। ଭୂକମ୍ପ ପରେ ସୁନାମି ପ୍ରଭାବରେ ଆଲାସ୍କା ଗଲ୍ଫ, ଆମେରିକାର […]

You May Like

Pin It on Pinterest