୨୬ ଯାଏଁ ପ୍ରବଳ ବର୍ଷା;୧୦ ଜିଲ୍ଲା ହେବେ ପ୍ରଭାବିତ….

ବାସ୍ତବ ବ୍ୟୁରୋ-ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ।

ଅନ୍ୟ ଜିଲ୍ଲାରେ କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କେତେକ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ । ଏହାସହ ରାଜ୍ୟରେ ୨୪ରୁ ୨୬ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି ।

ଏହି ସମୟ ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି, ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtvApp

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟ ସୁବ୍ରତ ବାଗଚୀ ଙ୍କ କରୋନା ନେଇ ଅପଡ଼େଟ୍

Wed Apr 22 , 2020
ବାସ୍ତବ ବ୍ୟୁରୋ-କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆମକୁ ୩ଟି ପର୍ଯ୍ୟାୟ ଉପରେ ନଜର ରଖବିାକୁ ହେବ । ଏହାପରେ ୪ର୍ଥ ପର୍ଯ୍ୟାୟ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ୧ମ ପର୍ଯ୍ୟାୟରେ ଭାରତକୁ କରୋନା ବିଦେଶ ଫେରନ୍ତାଙ୍କ ଦ୍ୱାରା ଆସିଥିଲା । ସେତେବେଳେ ରାଜ୍ୟ ସରକାର ପଞ୍ଜୀକରଣ , ସ୍ୱେଚ୍ଛାକୃତ କ୍ୱାରେଣ୍ଟିନ୍ କଥା କହିଥିଲେ । ସେହିପରି୨ୟ ପର୍ଯ୍ୟାୟରେ […]

You May Like

Pin It on Pinterest