ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍

ବାସ୍ତବ ବ୍ୟୁରୋ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ ପାଖରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍‌ କୌଣସି କାରଣରୁ ଲୁପ ଲାଇନରେ ପଶି ଯାଇଥିଲା।

ତେବେ ସିଗନାଲ କିମ୍ବା ଟ୍ରାକର ତ୍ରୁଟି ଜଣା ପଡିନଥିବା ବେଳେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ନୀଳଗିରି ରୋଡ଼ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରେନଟି ରହିଥିବା ବେଳେ ଲୋକ ପାଇଲଟ ଗାଡିକୁ ପଛକୁ ବ୍ରେକ କରି ପୁଣି ବାଲେଶ୍ୱର ଅଭିମୁଖେ ଯାଇଥିବା ଜଣାପଡ଼ିଛି।

ଟ୍ରେନ୍‌ ଲୋକପାଇଲଟ୍‌ଙ୍କ କହିବା ମୁତାବକ ଟ୍ରାକ୍‌ ବିପରିତ ଦିଗକୁ କ୍ରାସ କରି ଯାଇଥିଲା। ଟ୍ରାକ୍‌ ନର୍ମାଲ ଲାଇନ୍‌ରେ ନ ଥିଲା। ତେବେ ଏଥିଯୋଗୁ ଦୁର୍ଘଟଣା ବା ଟ୍ରେନ୍‌ ଲାଇନ୍‌ ଚ୍ୟୁତ୍‌ ହୋଇନଥାଆନ୍ତା। ଏପରି ହୋଇଥିଲେ ଏହି ଟ୍ରେନ୍‌ ଯିବା ପରେ ପଛରେ ଆସୁଥିବା ଗାଡ଼ିଗୁଡ଼ିକ ପଛକୁ ପଛ ଯିବା ବିଳମ୍ୱ ହୋଇଥାଆନ୍ତା। ଟ୍ରେନ୍‌ ଟ୍ରାକ୍‌ରେ କ୍ଷତି ହୋଇଥାଆନ୍ତା। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍‌କୁ ପଛକୁ ଅଣାଯାଇଥିଲା। ଟ୍ରେନ୍‌ ଟ୍ରାକ୍‌ କାମ କରିବା ବେଳେ କିଛି ଭୁଲଭାଲ କରିବା ଯୋଗୁ ଏହି ସମସ୍ୟା ହୋଇଥାଇପାରେ।

ବାଲେଶ୍ୱରଠାରେ ୪ ନମ୍ବର ଟ୍ରାକରେ ଟ୍ରେନଟି ପହଞ୍ଚିବା ପରେ ଯାତ୍ରୀମାନେ ଲୋକ ପାଇଲଟକୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ସେୟାର କରନ୍ତୁ

Next Post

ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା

Tue Jul 18 , 2023
ବାସ୍ତବ ବ୍ୟୁରୋ: ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ସେମାନଙ୍କ ଟଙ୍କା।  ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ୍ ପୋର୍ଟାଲ(https://mocrefund.crcs.gov.in)ର ଉନ୍ମୋଚନ କରିଛନ୍ତି। ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏହା ଦ୍ୱାରା ପ୍ରାୟ ୧୦ କୋଟି ଜମାକାରୀ ଉପକୃତ ହେବେ ବୋଲି ଆଶା ରହିଛି। ଆବଶ୍ୟକ ସ୍ଥାନରେ ତଥ୍ୟ […]

You May Like

Pin It on Pinterest