ଆସନ୍ତା ୨୩ରେ ଖୋଲିବ ହୀରାକୁଦ ଡ୍ୟାମ

ବାସ୍ତବ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ପରିଚାଳନା ପାଇଁ ଗେଟ ଖୋଲିବାକୁ ନିଷ୍ପତି ନେଇଛନ୍ତି ଡ୍ୟାମ କର୍ତୃପକ୍ଷ । ତେଣୁ ଏହା ପୂର୍ବରୁ ମହାନଦୀ ଉପକୂଳରେ ବସବାସ କରୁଥିବା ସର୍ବସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି ।

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୧୧ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡ ପିଛା ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୩୨ ହଜାର ୭୪ କ୍ୟୁସେକ ବନ୍ୟା ଜଳ । ସେହିପରି ପ୍ରତି ସେକେଣ୍ଡରେ ୩୯ ହଜାର ୭୯୧ କ୍ୟୁସେକ ଜଳଭଣ୍ଡାରରୁ ନିଷ୍କାସିତ ହେଉଛିା

ସେୟାର କରନ୍ତୁ

Next Post

ରାଜସ୍ଥାନ ଓ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ

Fri Jul 21 , 2023
ବାସ୍ତବ ବ୍ୟୁରୋ: ଆଜି ଭୋରରୁ ରାଜସ୍ଥାନ ଓ ମଣିପୁର ଠାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି। ଫଳରେ ଭୟଭୀତ ହୋଇ ଲୋକେ ଘର ଛାଡ଼ି ଖୋଲା ପଡ଼ିଆକୁ ପଳାଇଲେ। ଭୂମିକମ୍ପ ଯୋଗୁ ଉଭୟ ରାଜ୍ୟ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନି । ଜାତୀୟ ଭୂମିକମ୍ପ […]

You May Like

Pin It on Pinterest