ଖୋଲିଲା ହୀରାକୁଦ ଗେଟ୍; ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ…

ବାସ୍ତବ ବ୍ୟୁରୋ: ଆଜି(ରବିବାର) ସକାଳ ୯ଟାରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ୭ ନମ୍ବର ଗେଟ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି। ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ଗୋଟିଏ ଗେଟ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯିବ ।

ଉଲ୍ଲେଖ ଥାଉ କି ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଂଚିଥିବା ବେଳେ ଶନିବାର ଏହି ସମୟରେ ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା । ଏହି ସମୟରେ ଜଳଭଣ୍ଡାରକୁ ୬୪,୮୦୦ କ୍ୟୁସେକ୍ ଜଳପ୍ରବେଶ କରୁଥିବା ବେଳେ ୪୦,୭୨୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

ସେଥିରୁ ୩୭,୩୭୮ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଛି । ଗତ ବର୍ଷ ୧୮ ଜୁଲାଇରେ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍‌ ରହିଥିଲା।

ସେୟାର କରନ୍ତୁ

Next Post

ରାଜ୍ୟରେ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସର୍ଭେ

Sun Jul 23 , 2023
ବାସ୍ତବ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଗତକାଲିଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏକମାସ ଧରି ଅର୍ଥାତ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ । ରାଜ୍ୟର ମୋଟ ୩୭୬୦୭ଜଣ ବୁଥସ୍ତରୀୟ ଅଧିକାରୀମାନେ ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ […]

You May Like

Pin It on Pinterest